fbpx
BJD SKY
BJD SKY

OSSC ପକ୍ଷରୁ ଆସିଲା ଅପଡେଟ୍: ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ଜୁନିୟର କେମିଷ୍ଟ ପଦ ପାଇଁ ମୁଖ୍ୟ ପରୀକ୍ଷାର ସିଲାବସ୍ ଘୋଷଣା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସ ୨୬ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ ନିଯୁକ୍ତି ପାଇଁ ଜାନୁଆରୀ ମାସ ୩ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୨ରେ ସମାପ୍ତ ହେବାର ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ତାରିଖ ପରିବର୍ତ୍ତନ କରାଯାଇଥିଲା ।

ପରେ ଜାନୁଆରୀ ୧୦ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ୯ରେ ଶେଷ ହୋଇଥିଲା । ଏଥିସହିତ ଫେବୃଆରୀ ୧୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଓ ଫେବୃଆରୀ ୧୪ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରାଯାଇଥିଲା । ତେବେ ଏହା ମଧ୍ୟରେ ଏହି ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ଜୁନିୟର କେମିଷ୍ଟ ପଦର ମୁଖ୍ୟ ପରୀକ୍ଷା ପାଇଁ ଟେକ୍ନିକାଲ ପେପର ପାଇଁ ସିଲାବସ୍ ଜାରି କରାଯାଇଛି । ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ସିଲାବସ୍ ଚେକ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ମୋଟ ୮୩ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର ଅଫ୍ ଲେଗାଲ ମେଟ୍ରୋଲୋଜି, ଜୁନିୟର କେମିଷ୍ଟ, ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର, କମ୍ପ୍ୟୁଟର ପ୍ରୋଗ୍ରାମର ଆଦି ପଦରେ ନିଯୁକ୍ତି ଦିଆଯିବ । ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ରହିଥିଲା । ସେହିପରି ଇଞ୍ଜିନିୟରିଂରେ ଡିଗ୍ରୀ/ ଡିପ୍ଲୋମା, ସାଇନ୍ସରେ ଡିଗ୍ରୀ, କେମିଷ୍ଟ୍ରିରେ ଡିଗ୍ରୀ / ଡିପ୍ଲୋମା, ବି.ଫାର୍ମାସୀ, ଡିଗ୍ରୀ ସହିତ ପିଜିଡିସିଏ ଆଦି ଶିକ୍ଷାଗତ ଯୋଗ୍ୟତା ରହିଥିଲା ।

Get real time updates directly on you device, subscribe now.