fbpx
BJD SKY
BJD SKY

OSSCର ସୂଚନା: ବାତିଲ୍ ହେଲା JE ସିଭିଲ୍ ମେନ୍ ପରୀକ୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କନିଷ୍ଠ ଯନ୍ତ୍ରୀ (ଜେଇ) ସିଭିଲ୍ ମେନ୍ ପରୀକ୍ଷା ବାତିଲ୍ ହୋଇଛି । ଗତ ୧୬ ତାରିଖରେ ଜେଇ ସିଭିଲ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଏବେ ତାହା ରଦ୍ଦ ହୋଇଯାଇଛି । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଅଧ୍ୟକ୍ଷ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ବାଲେଶ୍ୱର ଏସପି ସାଗରିକା ନାଥଙ୍କ ରିପୋର୍ଟ ଆଧାରରେ ଜେଇ ମେନ୍ ପରୀକ୍ଷାକୁ ବାତିଲ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି । ଚାକିରିକୁ ନେଇ ହୋଇଥିବା ଠକାମି ଘଟଣାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଜେଇ ସିଭିଲ ମେନ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ପରୀକ୍ଷା ପୂର୍ବରୁ ଯେଉଁସବୁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଥିବା ଏସପି କହିଛନ୍ତି ।

ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବରୁ ୯ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ପ୍ରତି ପିଲା ପିଛା ୮ରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ପ୍ରଦାନ ନେଇ ଦଲାଲଙ୍କ ସହ ଡିଲ୍ ହୋଇଥିଲା । ଏହି ପ୍ରଶ୍ନପତ୍ର ଓ ଚାକିରି କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ଏହି ରାକେଟରେ ଧରାପଡ଼ିଥିବା ବ୍ୟକ୍ତିମାନେ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟରେ ଲିପ୍ତ ରହିଥିଲେ । ମାଷ୍ଟର ମାଇଣ୍ଡଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ଏସପି କହିଛନ୍ତି ।

Get real time updates directly on you device, subscribe now.