fbpx

ଗ୍ରାଜୁଏଟଙ୍କ ପାଇଁ ଇନ୍ସପେକ୍ଟର ଏବଂ ଅଡିଟର ପୋଷ୍ଟରେ ବମ୍ପର ଭ୍ୟାକେନ୍ସୀ: ଏମିତି ହେବ ଚୟନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଗ୍ରାଜୁଏଟ୍ସଙ୍କ ପାଇଁ ଗ୍ରୁପ୍ ବି ଗ୍ରାଜୁଏଟ ଲେଭଲ ପଦ ଭଳି ଇନସିଆଲ ଆପଏଣ୍ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୨୩୩ ପଦବୀରେ ନିଯୁକ୍ତି ହେବ । ଓଏସଏସସି ନିଯୁକ୍ତି ୨୦୨୨ ରେ କୋ ଅପରେଟିଭ ସର୍ଭିସ ଇନ୍ସପେକ୍ଟର, ଅଡିଟର ଏବଂ ଟେକ୍ସଟାଇଲ ଇନ୍ସପେକ୍ଟର ପଦ ପାଇଁ ନିଯୁକ୍ତି ରହିଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆବେଦନ ପ୍ରକ୍ରିୟା ୧୧ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ଅଫିସିଆଲ ୱେବସାଇଟ୍ ବପନବଦଅଂହତବନଚଳ;ହା କୁ ଯାଇ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପରେ ୨୨ ଏପ୍ରିଲ ମଧ୍ୟରେ ଆବେଦନ ସବମିଟ୍ କରିପାରିବେ । ଓଏସଏସସି ୨୦୨୨ ପାଇଁ ଆଶାୟୀଙ୍କୁ କମ୍ପ୍ୟୁଟର ଦ୍ୱାରା ପରୀକ୍ଷା ଦେବାକୁ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ-୧୨ ମାର୍ଚ୍ଚ ୨୦୨୨

ରେଜିଷ୍ଟ୍ରେସନର ଶେଷ ତାରିଖ- ୧୧ ଏପ୍ରିଲ ୨୦୨୨

ଆବେଦନ ଫର୍ମ ସବମିଟ କରିବାର ଶେଷ ତାରିଖ- ୨୨ ଏପ୍ରିଲ ୨୦୨୨

ଏହି ପଦବୀରେ ରହିଛି ଖାଲି:

ଇନ୍ସପେକ୍ଟର କୋ-ଅପରେଟିଭ ସର୍ଭିସ-୧୨୭

ଅଡିଟର କୋ-ଅପରେଟିଭ ସର୍ଭିସ-୭୧

ଅଡିଟର ଟେକ୍ସଟାଇଲ ନିର୍ଦ୍ଦେଶାଳୟ-୦୬

ଅଡିଟର ରାଜସ୍ୱ ଡିଭିଜନାଲ କମିଶନର-୦୧

ଇନ୍ସପେକ୍ଟର ଟେକ୍ସଟାଇଲ-୨୮

ଏଭଳି ରହିବ ଦରମା: ୨୫ ,୩୦୦ ଟଙ୍କା ରହିବ ଦରମା

ଯୋଗ୍ୟତା: କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଦରକାର ।

ଆୟୁସୀମା: ୨୧ ରୁ ୩୮ ବର୍ଷ

ଚୟନ ପ୍ରକ୍ରିୟା: ଅନଲାଇନ ପରୀକ୍ଷା ଏବଂ ଏହାପରେ ସାଟିଫିକେଟ ଭେରିଫିକେସନ ପରେ ଆଶାୟୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.