fbpx

ଭାରତୀୟ ସେନାର ଏନ.ସି.ସିରେ ସ୍ୱତନ୍ତ୍ର ଭର୍ତ୍ତି: ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭାରତୀୟ ସେନାରେ ଶର୍ଟ ସର୍ଭିସ କମିଶନ ଏନସିସି ସ୍ପେଶଲ ଭର୍ତ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜିଠାରୁ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଅବିବାହିତ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଆସନ୍ତା ଏପ୍ରିଲ ୧୩ ତାରିଖ ସୁଦ୍ଧା ଆବେଦନ କରି ପାରିବେ । ଭାରତୀୟ ସେନା ଏନସିସିର ୫୨ତମ କୋର୍ସ ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାରେ ଚୟନ ହେବା ପରେ କ୍ୟାଡେଟମାନଙ୍କୁ ଟ୍ରେନିଙ୍ଗ ପ୍ରଦାନ କରାଯିବ । ତେବେ ଏଥିରେ ଉନ୍ନୀତ ହେଲେ ସେନାରେ ଅଫିସର ହେବାର ସୁଯୋଗ ପାଇ ପାରିବେ ।

ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ୧୫ ମାର୍ଚ୍ଚରୁ ଏପ୍ରିଲ ୧୩ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏନସିସି ସାର୍ଟିଫିକେଟଧାରୀ ପ୍ରାର୍ଥୀମାନେ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଶେଷ ବର୍ଷର ଛାତଛାତ୍ରମଧ୍ୟ ଏଥିପାଇଁ ଆବେଦନ କରି ପାରିବେ । ତେବେ ଆବେଦନକାରୀ ଅନ୍ୟୁନ ୨ରୁ ୩ ବର୍ଷ ସିନିୟର ଡିଭିଜନ/ୱିଙ୍ଗରେ କାର୍ଯ୍ୟ କରିଥିବା ଆବଶ୍ୟକ । ଏହାସହିତ ଆବେଦନକାରୀଙ୍କ ବୟସସୀମା ୧୯-୨୫ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.