fbpx
BSKY
BJD SHG SKY
BJD YOUTH SKY

OSSC ଜାରି କଲା ବିଜ୍ଞପ୍ତି: ସେପ୍ଟେମ୍ବର ୧୫ରୁ ଆରମ୍ଭ ମେନ୍ ପରୀକ୍ଷା, ନିଯୁକ୍ତି ପାଇବେ ୭୫୪୦ ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ପାଇଁ ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏସଏସସିକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଓଏସଏସସି ପକ୍ଷରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଖବର ମୁତାବକ, ଆସନ୍ତା ସେପ୍ଟେମ୍ବର ମାସ ୧୫ରୁ ୨୫ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଟିଜିଟି କଳା ୧୫ରେ, ସଂସ୍କୃତ ୨୧ରେ, ହିନ୍ଦି, ତେଲୁଗୁ, ଉର୍ଦ୍ଦୁ, ଟିଜିଟି ବିଜ୍ଞାନ (ସିବିଜେଡ) ୨୨ରେ, ଟିଜିଟି ବିଜ୍ଞାନ ଓ କ୍ରୀଡ଼ା ଶିକ୍ଷାର ଶିକ୍ଷକମାନେ ୨୫ ତାରିଖରେ ପରୀକ୍ଷା ଦେବେ । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସେପ୍ଟେମ୍ବର ୧୦ ତାରିଖ ପରଠାରୁ ସେମାନଙ୍କର ଆଡମିଶନ ଲେଟର ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ମୋଟ ୧୫୦ ମାର୍କର ପରୀକ୍ଷା ଦେବେ । ଏହି ପରୀକ୍ଷାରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି । ଏହି ନିଯୁକ୍ତି ପାଇଁ ଗତ ବର୍ଷ ଡିସେମ୍ବର ମାସ ୧୧ରୁ ଚଳିତ ବର୍ଷ ଜାନୁଆରୀ ମାସ ୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଏହି ପଦରେ ନିଯୁକ୍ତି ପାଇବାକୁ ହେଲେ ପ୍ରାର୍ଥୀ ଓଡ଼ିଆ ଭାଷା ଲେଖିବା ଓ ପଢ଼ିବା ଜାଣିଥିବେ । ଏଥିସହିତ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାସ୍ କରିବା ନିହାତି ଜରୁରୀ ।

Get real time updates directly on you device, subscribe now.