fbpx
BJD
BJD SKY
BJD SKY

BJP ନିର୍ବାଚନ ସମିତି ବୈଠକ: ମଧ୍ୟପ୍ରଦେଶ, ଛତିଶଗଡ଼ ଉପରେ ଗୁରୁତ୍ୱ, ବିଧାନସଭା ସିଟକୁ ୪ଟି ବର୍ଗରେ ବଣ୍ଟାଗଲା

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ବିଜେପି ନିର୍ବାଚନ ସମିତି ବୈଠକ (ସିଇସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅନ୍ୟ ସିଇସି ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିସହିତ ବୈଠକରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ସାମିଲ ଥିଲେ ।

ବୈଠକରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଦୁଇ ରାଜ୍ୟ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଳା । ତେବେ ବିଧାନସଭା ସିଟ ନେଇ ଦଳ ୪ଟି ଶ୍ରେଣୀରେ ଭାଗ କରିଥିବା ସୂତ୍ରରୁ ଜଣାପଡ଼ିଛି । ଏହି ଅବସରରେ ଜିତିଥିବା ସିଟ୍ ଓ ହାରିଥିବା ସିଟ ଉପରେ ମନ୍ଥନ ହୋଇଥିଲା । ଏଥିସହିତ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । କେନ୍ଦ୍ର ସରକାର ବିଗତ ବର୍ଷମାନଙ୍କରେ କ’ଣ ସବୁ ଭଲ କାର୍ଯ୍ୟ କରିଛନ୍ତି ତାହା ଲୋକଙ୍କୁ ବୁଝାଇବାକୁ କୁହାଯାଇଥିଲା ।

ଏ ଶ୍ରେଣୀ- ଯେଉଁଠି ଦଳ ଜିତିଥିଲା, ବି ଶ୍ରେଣୀ- ଯେଉଁଠି ଦଳ ଥରେ ବା ଦୁଇଥର ହାରିଥିଲା, ସି ଶ୍ରେଣୀ- ଯେଉଁଠି ଦଳ କ୍ରମାଗତ ଭାବେ ହାରିଥିଲା, ଡି ଶ୍ରେଣୀ- ଯେଉଁଠି ଦଳ କେବେ ବି ଜିତି ନଥିଲା, ଏପରି ଭାବେ ବିଧାନସଭା ସିଟକୁ ବିଭକ୍ତ କରାଯାଇଥିଲା । ଏହି ଦୁଇ ରାଜ୍ୟ ବ୍ୟତୀତ ଚଳିତ ବର୍ଷ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏହି ସବୁ ରାଜ୍ୟଗୁଡ଼ିକର ଫଳାଫଳ ନିଶ୍ଚିତ ଭାବେ ୨୦୨୪ ଲୋକସଭା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ । ଯେଉଁ ରାଜ୍ୟମାନଙ୍କରେ ଦଳ ମଜବୁତ ବିରୋଧୀଙ୍କ ସାମ୍ନା କରୁଛି ସେଠାରେ ଦଳ ଚତୁର ରଣନୀତି ପ୍ରସ୍ତୁତ କରିବ ବୋଲି ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.