fbpx

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କୁ ଅତି ବେଶୀରେ ମିଳିବ ୩ ସେକେଣ୍ଡ

ଓଡିଶା ଭାସ୍କର; ଭାରତର ବହୁ ପୁରାତନ ତଥା ବିଶ୍ୱ ପ୍ରସିଦ୍ଧ ହେଉଛି ଅଯୋଧ୍ୟାର ଶ୍ରୀରାମ ମନ୍ଦିର । ସାଧାରଣତଃ ପ୍ରତ୍ୟେକ ଦିନ ଭଗବାନଙ୍କ ଦର୍ଶନ ପାଇଁ ଏଠାରେ ପ୍ରବଳ ଭିଡ ଜମିଥାଏ । ହେଲେ ନବ ନିର୍ମିତ ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ ଲକ୍ଷ ଭକ୍ତ ଅଯୋଧ୍ୟା ଆସିବେ ବୋଲି ଆକଳନ କରିଛନ୍ତି । ଏଣୁ ଜଣେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅତି ବେଶୀରେ ୩ ସେକେଣ୍ଡର ସମୟ ମିଳିବ ବୋଲି କହିଛନ୍ତି । ସାଧାରଣ ଭାବେ ୮ରୁ ୧୦ ଘଣ୍ଟା ମନ୍ଦିର ଖୋଲା ରହିବ । ଏହି ସମୟ ଭିତରେ ଭକ୍ତମାନେ ପ୍ରଭୂଙ୍କୁ ଦର୍ଶନ କରିପାରିବେ ।

ବର୍ତମାନ ବିଶେଷ ଅବସରକୁ ଛାଡିଦେଲେ ଅଧିକ ଭକ୍ତ ହନୁମାନଗଢ଼ୀରେ ହନୁମାନଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି । ଏହାର ସଂଖ୍ୟା ପାଖାପାଖି ୨୫ ହଜାର ରହିବ । ହନୁମାନ ଜୟନ୍ତୀ, ଦୀପାବଳୀ, ଦଶହରା ଓ ନବବର୍ଷରେ ଏହାର ସଂଖ୍ୟା ୨ଗୁଣରୁ ଅଧିକ ହୋଇଯାଇଥାଏ । ଶ୍ରୀରାମ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବା ପରେ ଭକ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏବେଠାରୁ ଏହି ଧାର୍ମିକସ୍ଥଳୀରେ ରୋଜଗାର ଓ ବ୍ୟାପାରରେ ବୃଦ୍ଧି ପରିଲକ୍ଷିତ ହେବାରେ ଲାଗିଛି । ନବ ନିର୍ମିତ ସାଙ୍ଗକୁ ରୁପନ୍ତୀକରଣରେ ମନ୍ଦିରର ଅନେକ ସୌନ୍ଦର୍ଯ୍ୟକରଣ ହେବ । ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସ୍ୱତନ୍ତ ବ୍ୟବସ୍ତା ମଧ୍ୟ କରାଯିବ ।

Get real time updates directly on you device, subscribe now.