fbpx

ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଲାଗି ଆସିଲା ଏକ ବଡ଼ ଖବର, ୧୫ରେ ତାରିଖରେ…

ଓଡିଶା ଭାସ୍କର; ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଲାଗି ଆସିଲା ଏକ ବଡ଼ ଖବର । ସେପ୍ଟେମ୍ବର ୧୫ରୁ ୨୫ ତାରିଖ ମଧ୍ୟରେ ମେନ୍‌ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୭,୫୪୦ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଏହି ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସଏସସି) ପକ୍ଷରୁ ଏନେଇ ବୁଧବାର ସୂଚନା ଦିଆଯାଇଛି । ପରୀକ୍ଷାର ୫ଦିନ ପୂର୍ବରୁ ଅନଲାଇନରେ ଆଶାୟୀଙ୍କ ଆଡମିଟକାଡର଼୍ ଉପଲବ୍ଧ ହେବ । ଏହା ସହ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଆଶାୟୀମାନେ ଓଏସଏସସି ୱେବସାଇଟ୍‌ ମାଇଧ୍ୟମରେ ପାଇ ପାରିବେ ।

ଆସନ୍ତା ୧୫ ତାରିଖରେ ଟିଜିଟି କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୨୧ରେ ସଂସ୍କୃତ, ୨୨ରେ ହିନ୍ଦୀ, ତେଲୁଗୁ, ଉର୍ଦ୍ଧୁ ଏବଂ ଟିଜିଟି ବିଜ୍ଞାନ(ସିବିଜେଡ୍‌) ଆଶାୟୀ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୨୫ରେ ଟିଜିଟି ବିଜ୍ଞାନ(ପିସିଏମ) ଓ ପିଇଟି ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.