fbpx

୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ନିଯୁକ୍ତିର ଆବେଦନ ତାରିଖ ପୁଣି ଘୁଞ୍ଚିଲା: OSSSC ଘୋଷଣା କଲା ନୂଆ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ନିଯୁକ୍ତିକୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ ତାରିଖ ପାଞ୍ଚ ଥର ଘୁଞ୍ଚିଥିବା ବେଳେ ଏବେ ଷଷ୍ଠ ଥର ପାଇଁ ନୂଆ ତାରିଖ ଶିଡ୍ୟୁଲ କରାଯାଇଛି । ଅଗଷ୍ଟ ପହିଲାରୁ ପଞ୍ଜିକରଣ ଆରମ୍ଭ ହୋଇ ୨୫ରେ ସମାପ୍ତ ହେବା ନେଇ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ମଧ୍ୟରେ ପୁଣି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି ।

ଓଏସଏସଏସସିର ସଦସ୍ୟ ବିଜ୍ଞପ୍ତି ମୁତାବକ, ସେପ୍ଟେମ୍ବର ୧୦ରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଅକ୍ଟୋବର ୫ରେ ସରିବ । ସେହିପରି ପ୍ରାର୍ଥୀମାନେ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସବମିସନ କରିପାରିବେ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ବାବଦରେ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.