fbpx

ବିଜ୍ଞପ୍ତି ପ୍ରକାଶ: ଓଟିଇଟି ପରୀକ୍ଷା ପାଇଁ ୧୦ତାରିଖରୁ ଫର୍ମପୂରଣ ଆରମ୍ଭ

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) -୨୦୨୨ର ଦ୍ୱିତୀୟ ପରୀକ୍ଷା ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ଵାରା ପରିଚାଳିତ ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୦ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ପ୍ରକ୍ରିୟା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।ଏଥିରେ ଦୁଇଟି ପେପର୍‌ରେ ପରୀକ୍ଷାର୍ଥୀମାନେ ପରୀକ୍ଷାଦେବେ । ପେପର- ୧ରେ ୧୫୦ ମାର୍କ ରହିଥିବାବେଳେ ପେପର୍‌-୨ରେ ୯୦ ମାର୍କ ରହିଛି । ଉକ୍ତ ପେପରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପରୀକ୍ଷାଦେବା ବାଧ୍ୟତାମୂଳକ କରାଯାଇଛି ।

ସେହିଭଳି ୬୦ ମାର୍କ ବିଶିଷ୍ଟ ଇଚ୍ଛାଧୀନ ପେପର୍ ମଧ୍ୟ ରହିଛି । ପରୀକ୍ଷାର୍ଥୀମାନେ ଗଣିତ ଓ ବିଜ୍ଞାନ କିମ୍ବା ସୋସିଆଲ୍ ଷ୍ଟଡିଜ୍ ବିଷୟରେ ପରୀକ୍ଷା ଦେଇପାରିବେ । ଏଥିରେ ବହୁ ବିକଳ୍ପ ପ୍ରଶ୍ନଉତ୍ତର (ଏମ୍‌ସିକ୍ୟୁ) ପଦ୍ଧତିରେ ପ୍ରଶ୍ନପତ୍ର ରହିବ। ଏନେଇ ବୋର୍ଡ ୱେବ୍‌ସାଇଟ୍‌ରେ ପରୀକ୍ଷା ସମ୍ପର୍କିତ ସିଲାବସ୍ ଏବଂ ପଦ୍ଧତି ବିଷୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ରେ ଚେକ କରି ଅନ୍ୟ ସୂଚନା ପାଇ ପାରିବେ ।

Get real time updates directly on you device, subscribe now.