fbpx

୧୩୩ଟି ଟ୍ରେନକୁ ବାତିଲ କଲା ରେଲବାଇ: ଏପରି ଚେକ୍ କରନ୍ତୁ ଷ୍ଟାଟସ୍

ନୂଆଦିଲ୍ଲୀ: ଯଦି ଆଜି ଆପଣ ଟ୍ରେନ୍ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ରହିଛି । ଭାରତୀୟ ରେଲୱେ ପକ୍ଷରୁ ଆଜି ଅନେକ ଟ୍ରେନକୁ ବାତିଲ କରାଯାଇଛି । ଦେଶରେ ଲକ୍ଷାଧିକ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି । ଏପରି ପରିସ୍ଥିତିରେ ଘରୁ ବାହାରିବା ପୂର୍ବରୁ ଆପଣଙ୍କ ଟ୍ରେନ୍ ବାତିଲ, ଡାଇଭର୍ଟ ବା ରିଶେଡ୍ୟୁଲ ହୋଇଛି କି ନାହିଁ, ତାହା ଜାଣିବା ଉଚିତ୍ ।

ତେବେ ଭାରତୀୟ ରେଲବାଇ ପକ୍ଷରୁ ପ୍ରତିଦିନ ଏହାର ସୂଚନା ଦିଆଯାଇଥାଏ । ରେଲବାଇ ପକ୍ଷରୁ ଦିଆଯାଇଥିବା https://enquiry.indianrail.gov.in/mntes ୱେବସାଇଟ୍ ବା NTES ଆପକୁ ଯାଇ ଆପଣ ଏହି ସୂଚନା ପାଇପାରିବେ । ୯ ଅକ୍ଟୋବର ବା ଆଜି ପାଇଁ ୧୩୩ଟି ଟ୍ରେନକୁ ବାତିଲ କରାଯାଇଛି । ଏହା ସହ ୧୦ଟି ଟ୍ରେନକୁ ଡାଇଭର୍ଟ କରାଯାଇଛି । ୧୬ଟି ଟ୍ରେନକୁ ରିଶେଡ୍ୟୁଲ କରାଯାଇଛି । ରେଲୱେ ପକ୍ଷରୁ ଲଗାତାର ଭାବେର ଏହି ଲିଷ୍ଟକୁ ଅପଡେଟ କରାଯାଇଛି ।

ଏହି ପ୍ରକ୍ରିୟାରୁ ବାତିଲ ଟ୍ରେନର ଲିଷ୍ଟ ଯାଞ୍ଚ କରନ୍ତୁ :-
-ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ ।
-Exceptional Trains ଅପସନ୍ ଦେଖାଯିବ । ଏହି ଅପସନକୁ ସିଲେକ୍ଟ କରନ୍ତୁ ।
-ବାତିଲ, ରିଶେଡ୍ୟୁଲ ଏବଂ ଡାଇଭର୍ଟ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ ।
-ସମସ୍ତ ତିନୋଟି ତାଲିକା ଯାଞ୍ଚ କରିବା ପରେ ହିଁ ଘରୁ ବାହାରକୁ ଯାଆନ୍ତୁ ।

Get real time updates directly on you device, subscribe now.