fbpx
BJD SKY
BJD SKY

ଚାଲିଛି OTET ପରୀକ୍ଷା: ବାହାରେ ଘୂରି ବୁଲୁଛି ପ୍ରଶ୍ନର ଉତ୍ତର ସିଟ୍!

BJD

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ ଭାଇରାଲ ହେଉଥିବା ଉତ୍ତର ସିଟ୍ ଚାଲିଥିବା ପରୀକ୍ଷାର କି ନୁହେଁ, ତାହା ବର୍ତ୍ତମାନ ଏପର୍ଯ୍ୟ ଜଣାପଡ଼ିନାହିଁ ।

ଅନ୍ୟପଟେ ଭାଇରାଲ ଉତ୍ତର ସିଟକୁ ନେଇ ମାଲକାନଗିରି ଡିଓଓ ମାନସ ଜେନା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାଇରାଲ ଉତ୍ତର ସିଟର ବାସ୍ତବତାକୁ ନେଇ ତଦନ୍ତ ଚାଲିଛି ବୋଲି ଡିଇଓ କହିଛନ୍ତି । ତେବେ ଶିକ୍ଷକ ନିଯୁକ୍ତିକୁ ନେଇ ଆଜି ରାଜ୍ୟବ୍ୟାପୀ ଓଟିଇଟି ପରୀକ୍ଷା ଚାଲିଛି ।

Get real time updates directly on you device, subscribe now.