fbpx
BJD SKY
BJD SKY

ଶେଷ ୧୦ ଦିନ ପରେ କାହିଁକି ହୋଇଥାଏ ଗଣେଶ ବିସର୍ଜନ ? ମହାଭାରତ ସହ ଜଡ଼ିତ ଏହାର ବିଚିତ୍ର କାରଣ

BJD

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଗଣେଶ ପୂଜା, ଯାହାକୁ ନେଇ ମଣ୍ଡପଗୁଡ଼ିକରେ ଚାଲିଛି ସାଜସଜ୍ଜା । ଏହାର ୧୦ ଦିନ ପରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶଙ୍କର ବିସର୍ଜନ ହେବ । ଅବଶ୍ୟ ଅନେକ ସ୍ଥାନରେ ଦେଢ଼ ଦିନ କି ୫ ଦିନ ପରେ ବିସର୍ଜନ କରାଯାଏ । ମହାରାଷ୍ଟ୍ରରେ ଗଣେଶ ପୂର୍ଜ ବହୁତ ଧୁମଧାମରେ ପାଳନ କରାଯାଏ । ଏହା ସହ ଦେଶର ଅନେକ ସ୍ଥାନରେ ମଧ୍ୟ ଧୁମଧାମରେ ପାଳିତ ହୁଏ ଗଣେଶ ପୂଜା । କିନ୍ତୁ ପୂଜାର ୧୦ ଦିନ ପରେ କାହିଁକି ବିସର୍ଜନ ହୁଏ ବୋଲି ଆପଣ କେବେ ଭାବିଛନ୍ତି କି? ୧୦ ଦିନ ପରେ ଗଶେଷ ବିସଜର୍ନ ବା ଭସାଣି ପଛରେ ଏକ ଖାସ୍ କାରଣ ରହିଛି, ଯାହାର ସମ୍ବନ୍ଧ ମହାଭାରତ ସହ ଜଡ଼ିତ ରହିଛି ।

ମାନ୍ୟତା ରହିଛି କି, ଭାଦ୍ରପଦ ମାସର ଶୁକ୍ଲ ପକ୍ଷର ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କର ଜନ୍ମ ହୋଇଥିଲା । ଏହା ସହ ପୁରାଣରେ ଉଲ୍ଲେଖ ରହିଛି କି, ଗଣେଶ ଚତୁର୍ଥୀ ଦିନଠାରୁ ମହାଭାରତର ଲେଖା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହର୍ଷି ବେଦବ୍ୟାସ ମହାଭାରତର ରଚନା ପାଇଁ ଗଣେଶଙ୍କୁ ଲିପିବଦ୍ଧ କରିବାକୁ ଅନୁରୋଧ କରିଥିଲେ । ଏଥିରେ ଗଣେଶ ଜୀ କହିଥିଲେ ଯେ, ସେ ଲେଖିବା ଆରମ୍ଭ କଲେ ଆଉ କଲମ ଅଟକିବ ନାହିଁ । ଯଦି କଲମ ଅଟକିଯିବ , ତେବେ ଲେଖା ସେଠାରେ ବନ୍ଦ କରିଦେବେ । ସେବେ ମହର୍ଷି ବେଦବ୍ୟାସ କହିଥିଲେ ଯେ, ‘ଭଗବାନ ଆପଣ ବିଦ୍ୱାନମାନଙ୍କ ସମ୍ମୁଖରେ ସବୁଠାରେ ଆଗରେ, ଆଉ ମୁଁ ଏକ ସାଧାରଣ ଋଷି । ଯଦି ମୋ ଦ୍ୱାରା ଶ୍ଲୋକରେ କୌଣସି ଭୁଲ ହୋଇଯାଏ, ତେବେ ଆପଣ ଏହାକୁ ଠିକ୍ କରି ଲିପିବଦ୍ଧ କରିବା ଉଚିତ୍ । ଏହିପରି ଭାବରେ ମହାଭାରତ ଲେଖିବା ଆରମ୍ଭ ହୋଇଥିଲା ଓ ଲଗାତାର ୧୦ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

ଅନନ୍ତ ଚତୁର୍ଦ୍ଦଶୀ ଦିନ ଯେତେବେଳେ ମହାଭାରତ ଲେଖିବା କାର୍ଯ୍ୟ ସମାପ୍ତ ହେଲା, ସେତେବେଳେ ଗଣେଶ ଜୀଙ୍କର ଶରୀର ଶୂନ୍ ପଡ଼ିଥିଲା । ବିଲକୁଲ ନହଲିବା କାରଣରୁ ତାଙ୍କ ଶରୀରରେ ଧୂଳି-ମାଟି ଜମିଯାଇଥିଲା । ସେବେ ଗଣେଶ ଜୀ ସରସ୍ୱତୀ ନଦୀରେ ସ୍ନାନ କରି ନିଜ ଶରୀରକୁ ସଫା କରିଥିଲେ । ଏଥିପାଇଁ ଗଣପତି ସ୍ଥାପନା ୧୦ ଦିନ ପର୍ଯ୍ୟନ୍ତ କରାଯାଇଥାଏ ଓ ପରେ ଗଣେଶ ଜୀଙ୍କ ପ୍ରତିମାର ବିସର୍ଜନ କରାଯାଇଥାଏ ।

ଯଦି ଆମେ ଗଣେଶୋତ୍ସବଙ୍କୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିବା, ତେବେ ଏହି ୧୦ ଦିନ ହେଉଛି ଆମ ମନ ଏବଂ ଆତ୍ମାର ମଇଳାକୁ ହଟାଇ ଏହାକୁ ସଫା କରିବାର ସମୟ । ଏହି ସମୟରେ ଜଣେ ବ୍ୟକ୍ତି ନିଜକୁ ଅବଲୋକନ କରି ସମ୍ପୂର୍ଣ୍ଣ ଧ୍ୟାନରେ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଉଚିତ୍ ।

Get real time updates directly on you device, subscribe now.