fbpx
BSKY SKY
BSKY SKY

ଜାତୀୟ ରାଜପଥ କଡରେ ବାଲି ଡିପୋ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଲେ ଯୁବକ

BSKY

ବୌଦ୍ଧ(ପୁରୁଣାକଟକ): ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସଦା ସର୍ବଦା ଦୁର୍ଘଟଣା ପାଇଁ ଚର୍ଚା ରେ ରହିଥାଏ। ସହ ସହ ଗାଡି ମୋଟର ଏହି ବାଟ ଦେଇ ଯାଇଥାଏ ଏବଂ ଅନେକାଂଶ ରେ ବିଭିନ୍ନ ଦୁର୍ଘଟଣା ମଧ୍ଯ ଘଟେ ଯେଉଁଥିପାଇଁ ଲୋକ ମାନେ ଯେତିକି ଦାଇ ପ୍ରଶାସନ ତା ଠାରୁ ଅଧିକ ଦାଇ କାରଣ ସଚେତନତା ଏବଂ କାର୍ଯ୍ୟାନୁଷ୍ଠାନ ର ଘୋର ଅଭାବ। ନୂତନ ଭାବେ ଯୋଗ ଦେଇଥିବା ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ତହସିଲଦାର ବିଭିନ୍ନ ସମୟରେ ବେଆଇନ୍ ବାଲି, ମେଟାଲ୍, ଗୋଡ଼ି ଇତ୍ୟାଦି ବୋଝେଇ ଟ୍ରାକଟର କୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି କିନ୍ତୁ ଜାତୀୟ ରାଜପଥ କଡରେ ଅସ୍ଥାୟୀ ଭାବେ ବାଲି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁନ ଯାହାର ଏକ ପ୍ରତିଫଳନ ସ୍ଵରୁପ ଆଜି ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛନ୍ତି ଏକ ଯୁବକ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜ ର ମାଲିକ ଘର କାମ ପାଇଁ ଜାତୀୟ ରାଜପଥ କୁ ମଡେଇ ବାଲି ଏବଂ ଇଟା ରଖିଛନ୍ତି। ଯେଉଁଥିପାଇଁ କି ରାସ୍ତା ସଙ୍କୋଚ ହେଇଯାଉଛି। ଗତକାଲି ରାତ୍ର ୯ ଘଣ୍ଟା ସମୟରେ ଲୁଣି ବାହାଲ ର ମନୋରଞ୍ଜନ ନାୟକ ନିଜ ଘରକୁ ଯିବା ସମୟରେ ଆଗରୁ ଏକ ବଡ ଗାଡି ଆସିବା ଫଳରେ ସେ ଭାରସାମ୍ୟ ହରାଇ ବାଲି ଗଦା ଉପରେ ନିଜ ଗାଡି ଚଢି ଯାଇଥିଲା କିନ୍ତୁ ସେ ଅଳ୍ପକେ ବର୍ତ୍ତୀ ଯାଇଥିଲେ।

ବିଭିନ୍ନ ସମୟରେ ବଡ଼ ବଡ଼ ଗାଡି ମଧ୍ୟ ଏହି ବାଲି ପାଇଁ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଉଛି। ଏପଟେ ସ୍ତାନୀୟ ତହସିଲଦାର ଟ୍ରାକଟର ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବା ବେଳେ ଏଭଳି ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ବିଷୟ ଅଞ୍ଚଳରେ ଚର୍ଚା ର ବିଷୟ ପଲଟିଛି। ତୁରନ୍ତ ଏହି ବାଲି ଓ ଇଟା ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ଦୋଷୀ ଙ୍କ ଠାରୁ ତଣ୍ଡ ଆଦାୟ କରିବା କୁ ସ୍ତାନୀୟ ଲୋକେ ଦାବି କରିଛନ୍ତି।

 

Get real time updates directly on you device, subscribe now.