fbpx

ସ୍ପଷ୍ଟୀକରଣ ଦେଲେ ଗଣଶିକ୍ଷା ମନ୍ତ୍ରୀ, ଲିକ୍ ହୋଇନାହିଁ ଓଟିଇଟି ପ୍ରଶ୍ନପତ୍ର

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ନଥିବା କହିଛିନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦେଓଗଡ଼ ଜିଲ୍ଲା ସରକାରୀ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ଆଜି ସକାଳେ ଭିଡ଼ିଓ ଭାଇରଲ୍ ହେବାକଥା ସାମ୍ନାକୁ ଆସିଥିଲା । ଏନେଇ ଶିକ୍ଷାମନ୍ତ୍ରୀ ନିଜର ସ୍ପଷ୍ଟୀକରଣରେ କହିଛନ୍ତି ଯେ ପରୀକ୍ଷାର୍ଥୀ ରଜନୀ ବେହେରା ପରୀକ୍ଷା କେନ୍ଦ୍ରରେ ଫୋନ୍ ଲୁଚାଇ ନେଇ ପ୍ରଶ୍ନପତ୍ରର ଫୋଟ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ପରୀକ୍ଷା ନୀୟନ୍ତ୍ରକ ତାଙ୍କୁ ଧରି ନେଇଥିଲେ । ତେଣୁ ପ୍ରଶ୍ନପତ୍ର ଲିକ୍ ହୋଇ ନଥିବା ସେ କହିଛନ୍ତି । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ଯେ ଫୋନ୍ ଧରା ପଡ଼ିଥିବା ମହିଳା ଜଣକ ଜଣେ ଶିକ୍ଷୟତ୍ରୀ । ତାଙ୍କ ଫୋନ ସେଠାକୁ କେମିତି ଗଲା ଓ ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.