fbpx

ଫେସବୁକ ପରେ ଏବେ Linkedin ରୁ ୟୁଜରଙ୍କ ତଥ୍ୟ ଚୋରି

କିଛି ଦିନ ପୂର୍ବରୁ ଫେସବୁକରେ ୫୩ କୋଟି ୟୁଜର୍ସଙ୍କ ଡାଟା ଚୋରିର ଖବର ଆସିଥିଲା । ଯାହାକୁ ନେଇ ଏବେବି ଫେସବୁକ ଚର୍ଚ୍ଚାରେ ରହିଛି । ଏଭଳି ସ୍ଥିତିରେ ଏବେ ପୁଣି ଥରେ ଏକ ବଡ ଡାଟା ଚୋରିର ଖବର ଆସିଛି । ଅନଲାଇନରେ ଚାକିରି ବିଷୟରେ ସୂଚନା ଦେଉଥିବା ସାଇଟ Linkedin ରୁ ଏହି ଡାଟା ଚୋରି ହୋଇଛି । ସୂଚନା ଅନୁଯାୟୀ ପ୍ରାୟ ୫୦ କୋଟିରୁ ଅଧିକ Linkedin ୟୁଜରର୍ସଙ୍କ ଡାଟା ଚୋରି ହୋଇଛି ।

CyberNews ର ସୂଚନା ଅନୁସାରେ Linkedin ର ୫୦ କୋଟିରୁ ଅଧିକ ୟୁଜରର୍ସଙ୍କ ଡାଟା ଡାର୍କ ୱେବରେ ରହିଛି । ଏଥିରେ ୟୁଜର୍ସଙ୍କ Linkedin ଆଇଡି, ପୁରା ନାମ, ଇ-ମେଲ ଆଇଡି, ଫୋନ ନମ୍ବର, ସୋସିଆଲ ମିଡିଆ ସମ୍ବନ୍ଧୀୟ ତଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ।

ତେବେ ଏହି ଡାଟା ଲିକକୁ ନେଇ Linkedin କହିଛି କେବଳ ସାଧାରଣରେ ଦେଖାଯାଉଥିବା ଡାଟା ହିଁ ଲିକ୍ ହୋଇଛି , କୌଣସି ପ୍ରାଇଭେଟ ୟୁଜରଙ୍କ ତଥ୍ୟ ଲିକ୍ ହୋଇନାହିଁ । ତଥାପି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିଜର ମେମ୍ବର ଏବଂ ଡାଟାର ଦୂରୁପଯୋଗକାରୀଙ୍କ ବିରୁଦ୍ଧରେ କଂପାନୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିଛି । Linkedin ଏହାର କୌଣସି ନିୟମ କିମ୍ବା ସର୍ତ୍ତ ଉଲ୍ଲଂଙ୍ଘନ ହେବାକୁ ଦେବନାହିଁ ।

CyberNews ର କହିବା ଅନୁଯାୟୀ ଏହି ତଥ୍ୟର ଲିକ୍ର ଫାଇଦା ସାଇବର କ୍ରିମିନାଲ୍ସ ଉଠାଇପାରନ୍ତି । ଏହାଦ୍ୱାରା ସେମାନେ ୟୁଜର୍ସଙ୍କୁ ଫିସିଙ୍ଗର ଶିକାର ମଧ୍ୟ କରିପାରନ୍ତି । ଏଥିରେ ପ୍ରାୟ ୫,୦୦,୦୦,୦୦୦ କୋଟି ଇମେଲ ରହିଛି । ଏଥିରୁ ବର୍ତ୍ତିବା ପାଇଁ ୟୁଜର୍ସଙ୍କୁ Linkedin ସହିତ ଜଡିତ ସମସ୍ତ ଆକାଉଣ୍ଟ ଏବଂ ପାସୱାର୍ଡକୁ ବଦଳାଇବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.