fbpx

OTP ସ୍କାମ୍ ; ଓଡିଶାରୁ ପାକିସ୍ତାନ ଚେର ଲମ୍ବିଛି, ନୟାଗଡ ଓ ଯାଜପୁରରୁ ୩ ଜଣ ଗିରଫ

ଭୁବନେଶ୍ୱର : ଓଟିପି ସ୍କାମ ମାମଲାର ପର୍ଦ୍ଦାଫାସ ହୋଇଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏନେଇ ଏସଟିଏଫ୍ ବଡ ଖୁଲାସ କରିଛନ୍ତି । ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ ପାକିସ୍ତାନର ଠକ କୁ ସହାର୍ଯ୍ୟ କରୁଥିବା ଜଣାପଡିଛି । ଦେଶରୁ ଓଟିପି ପାକିସ୍ତାନ ପଠାଉଥିବା ଅଭିଯୋଗରେ ପୋଲିସ ନୟାଗଡ ଓ ଯାଜପୁର ରୁ ୩ ଜଣ ଯୁବକଙ୍କୁ ଗିରଫ କରିଛି ।

ଦେଶ ବିରୋଧୀ କାର୍ଯ୍ୟ ନେଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପଠାଣି ସମାନ୍ତ ଲେଙ୍କା, ସରୋଜ ନାୟକ ଏବଂ ସୌମ୍ୟ ପଟ୍ଟନାୟକ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧୯ଟି ଦାମୀ ମୋବାଇଲ ଏବଂ ୪୭ଟି ସିମ୍ କାର୍ଡ ଜବତ ହୋଇଛି । ୬୧ଟି ଏଟିମ୍ କାର୍ଡ ଓ ୨୩ଟି ସିମ୍ ଜବତ ହୋଇଛି । ସୋସିଆଲ ମିଡିଆରେ ପାକିସ୍ତାନ ଲିଙ୍କ ସେୟାର କରୁଥିଲେ । ରାଜସ୍ଥାନରୁ ଗିରଫ ହୋଇଥିବା ମହିଳାଙ୍କ ସହ ଲିଙ୍କରେ ଥିଲେ ଏହି ଅଭିଯୁକ୍ତ । ଗତବର୍ଷ ହନି ଟ୍ରାପ୍ ମାମଲାରେ ଜଣେ ମହିଳା ଗିରଫ ହୋଇଥିଲେ ।

Get real time updates directly on you device, subscribe now.