fbpx
BJD SKY
BJD SKY

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ମୋ ସରକାର’ ଅଧିନକୁ ଗଲା ଆଉଟସୋର୍ସିଂ ସଂସ୍ଥା, ଉପକୃତ ହେବେ ଲକ୍ଷ ଲକ୍ଷ କର୍ମଚାରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ ସଂସ୍ଥାମାନଙ୍କରେ ବହୁ ସଂଖ୍ୟକ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ତେବେ ଏପରି ଲକ୍ଷାଧିକ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ‘ମୋ ସରକାର’ ଅଧିନକୁ ଆଉଟସୋର୍ସିଂ ସଂସ୍ଥା ଯାଇଛି । ଏହାଫଳରେ ଆଉଟସୋର୍ସିଂ ସଂସ୍ଥା କର୍ମଚାରୀଙ୍କୁ ଆଉ ମନଇଚ୍ଛା ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ଏ ବାବଦରେ ଏକ ଚିଠି ମାଧ୍ୟମରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ସଂସ୍ଥାମାନେ କର୍ମଚାରୀଙ୍କୁ ଦରମା ପ୍ରଦାନରେ ବିଳମ୍ବ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ସ୍ଥଳେ ଏପରି ସଂସ୍ଥାକୁ କଳାତାଲିକାଭୁକ୍ତ ମଧ୍ୟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶାନାମା ମୁତାବକ, ନିର୍ଦ୍ଦିଷ୍ଟ ସମୟଠାରୁ ୭ ଦିନ ପରେ ଦରମା ମିଳିଲେ ଉକ୍ତ ସଂସ୍ଥାକୁ ‘ଭେରି ବ୍ୟାଡ ରେଟିଂ’ ପ୍ରଦାନ କରାଯିବ । ସେହିପରି ସ୍ଥିର ହୋଇଥିବା ୫ ଦିନ ମଧ୍ୟରେ ଦରମା ଦେଲେ ‘ଗୁଡ’ ଓ ୩ ଦିନ ମଧ୍ୟରେ ଦେଲେ ‘ଆଉଟଷ୍ଟାଣ୍ଡିଂ’ ପୁରସ୍କାର ପ୍ରଦାନ କରାଯିବ ।

ସଂସ୍ଥାମାନେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଭବିଷ୍ୟନିଧି ପାଣ୍ଠି ଓ ଇଏସଆଇ ପ୍ରଦାନ କରିବେ । ଏଣିକି ସମସ୍ତ ସର୍ଭିସ ପ୍ରୋଭାଇଡର ସଂସ୍ଥା ‘ମୋ ସରକାର’ ଅଧିନରେ କାର୍ୟ୍ୟ କରିବେ । ପ୍ରତ୍ୟେକ ସଂସ୍ଥାର କାର୍ୟ୍ୟଶୈଳୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଜଣାଇବାକୁ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି । ରାଜ୍ୟରେ ଆଉଟସୋର୍ସିଂ ସଂସ୍ଥାଗୁଡ଼ିକ କିପରି କାର୍ୟ୍ୟ କରୁଛନ୍ତି ସେନେଇ ଗତ ମାସ ୨୦ ତାରିଖରେ ତଥ୍ୟ ଲୋଡ଼ାଯାଇଥିଲା । ତେବେ ସଂସ୍ଥା ଓ ସରକାରଙ୍କ ତଥ୍ୟରେ ତାଳମେଳ ରହୁ ନଥିବାରୁ ଏହାକୁ ତର୍ଜମା କରିବା ପରେ ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.