fbpx

ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ Over Sharing, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ଦୁନିଆରେ ଅନେକ ଲୋକଙ୍କ ସହ ଭେଟ ହୋଇଥାଏ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଆମେ ଅନେକ ବନ୍ଧୁ କରିଥାଉ । ସମସ୍ତଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଆବଶ୍ୟକ ହୋଇଥାଏ କାରଣ କିଏ କେତେବେଳେ କାମରେ ଆସିବ କହିହେବନି । ସେମାନଙ୍କ ସହ ହସ, ମଜା, ଗପ କରିବା ଜରୁରୀ କିନ୍ତୁ ବେଳେ ବେଳେ ଆମେ କିଛି ଅଧିକା କହିଥାଉ । ଏହାକୁ ଓଭର ଶେୟାରିଂ କୁହାଯାଏ । ଓଭର ଶେୟାରିଂ ଅର୍ଥାତ ଆବଶ୍ୟକ ଠାରୁ ଅଧିକ ନିଜ କଥା ଅନ୍ୟକୁ କହିବା । ବେଳେ ବେଳେ ଏହି ଓଭର ଶେୟାରିଂ ଅଭ୍ୟାସ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଓଭର ଶେୟାରିଂ ଅଭ୍ୟାସକୁ କିପରି ନିୟନ୍ତ୍ରିତ କରାଯାଇପାରିବ ।

୧. କାହାକୁ କିଛି କହିବା ପୂର୍ବରୁ କିଛି ସମୟ ପାଇଁ ରହିଯା’ନ୍ତୁ । ବେଳେ ବେଳେ ଅନ୍ୟମାନଙ୍କୁ କିଛି ନ ଭାବିଚିନ୍ତି କହିବା ଦ୍ୱାରା ପରବର୍ତ୍ତୀ ସମୟରେ ପଶ୍ଚାତାପ କରିବାକୁ ପଡ଼ିଥାଏ । ଏଭଳି ବ୍ୟକ୍ତି ଅଜାଣତରେ ଏପରି କିଛି ଗୁପ୍ତ କଥା ମଧ୍ୟ ଅନ୍ୟ ସାମ୍ନାରେ ପ୍ରକାଶିତ କରିବାର ଭୁଲ କରିଥାନ୍ତି ।

୨. କହିବା ଠାରୁ ଅଧିକ ଶୁଣିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏହା ଆପଣଙ୍କୁ ଓଭର ଶେୟାରିଂ ଅଭ୍ୟାସ ଠାରୁ ଦୂରେଇ ରଖିଥାଏ । ଓଭର ଶେୟାରିଂ ଅଭ୍ୟାସ ଠାରୁ ଧିରେ ଧିରେ ସୁଧାରିବା ପାଇଁ ପ୍ରଥମେ ଅନ୍ୟମାନଙ୍କ କଥା ଶୁଣନ୍ତୁ ଏବଂ ଆବଶ୍ୟକ ହେଲେ କଥା କୁହନ୍ତୁ ।

୩. ଅନ୍ୟମାନଙ୍କ ସାମ୍ନାରେ ଖୋଲା ବହି ହୁଅନ୍ତୁ ନାହିଁ । ସାମ୍ନା ବ୍ୟକ୍ତି ଆପଣଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ନଥିଲେ ମନଇଚ୍ଛା ନିଜ ବିଷୟରେ କୁହନ୍ତୁ ନାହିଁ । ଆପଣ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଆପଣ କିଛି ସମୟ ପାଇଁ କେବଳ ସେମାନଙ୍କୁ ଶୁଣିବେ ଏବଂ ଧିରେ ଧିରେ ଓଭର ଶେୟାରିଂ ଅଭ୍ୟାସ ଦୂରେଇ ଯିବ ।

୪. ନିଜ ମସ୍ତିଷ୍କରେ ବ୍ୟକ୍ତିଗତ କଥାକୁ ନେଇ ଏକ ସୀମା ନିର୍ଦ୍ଧାରିତ କରନ୍ତୁ । ଏହା ଦ୍ୱାରା ଆପଣ ଜାଣିବାକୁ ପାଇବେ ଯେ କେଉଁ କଥା କାହାକୁ କହିବେ ଏବଂ କହିବେ ନାହିଁ ।

୫. ଆଜିକାଲି ଲୋକମାନେ ସୋସିଆଲ ମିଡ଼ିଆରେ ବେଶି ସକ୍ରିୟ । ସେମାନେ ନିଜ ବ୍ୟକ୍ତିଗତ କଥା ବିଷୟରେ ଓଭର ଶେୟାରିଂ କରିଥାନ୍ତି । ବିନା ଭାବିଚିନ୍ତି ଅନେକ କଥା ଶେୟାର କରିଥାନ୍ତି । ଏମିତିକି ଯାହା ବାସ୍ତବରେ ନଥାଏ । ଏଥିପାଇଁ ପରବର୍ତ୍ତୀ ସମୟରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

 

Get real time updates directly on you device, subscribe now.