fbpx

ପାକିସ୍ତାନରୁ ଆସିଲା ଚାଞ୍ଚଲ୍ୟକର ଘଟଣା: ଜଣେ ଶିଖ ବ୍ୟକ୍ତିଙ୍କୁ ଉଲଗ୍ନ କରି ପିଟିଲେ କିଛି ଯୁବକ, ରାସ୍ତାକୁ ଉଠିଲେ ଜନତା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଯୁବକ ଉଲଗ୍ନ କରି ବର୍ବରୋଚିତ ଭାବେ ପିଟୁଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପାକିସ୍ତାନରେ ଶିଖ ସମାଜ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯିବା ସହିତ ଲୋକମାନେ ରାସ୍ତା ଉପରେ ବିରୋଧ କରିଛନ୍ତି । ନେଟିଜେନ୍ସ ଏହି ଭିଡିଓକୁ ଦେଖିବା ପରେ କଡ଼ା ଭାଷାରେ ନିନ୍ଦା କରିବା ସହ ଏହା ଅତ୍ୟନ୍ତ ଅମାନବୀୟ ବୋଲି କହିଛନ୍ତି ।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଯୁବକ ବାନ୍ଧି କରି ପିଟୁଥିବା ଦେଖାଯାଉଛି । ସୋଲାର ନୂଆ ବର୍ଷ ବୈଶାଖୀ ସପ୍ତାହ ଅବସରରେ ଉଭୟ ହିନ୍ଦୁ ଓ ଶିଖମାନେ ଉତ୍ସବ ମନାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଏକ ଗ୍ରୁପର ସଦସ୍ୟମାନେ ବାଡ଼ି ଧରି ଯୁବକଙ୍କୁ ପିଟୁଥିବାର ଦେଖାଯାଇଥିଲା । ପାକିସ୍ତାନରେ ଘଟିଥିବା ଏହି ଅଘଟଣକୁ ନେଇ ଅନେକ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡ଼ିତଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ତେବେ ଭୋଟ ବ୍ୟାଙ୍କ ପାଇଁ ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ରାଜନେତାମାନଙ୍କଙ୍କୁ ଏହି ଅବସରରେ ଜଣେ ୟୁଜର୍ସ ଏକ୍ସ’ରେ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.