fbpx
BSKY
BJD SHG SKY
BJD MC SKY

ବିହାରରେ ଓଲଟିଲା ଡଙ୍ଗା: ୨୪ ନିଖୋଜ, ଜଣଙ୍କ ମୃତ ଦେହ ଉଦ୍ଧାର

ନୂଆଦିଲ୍ଲୀ: ଡଙ୍ଗା ଓଲଟି ୨୪ ଜଣ ନିଖୋଜ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭଗବାନପୁର ଗ୍ରାମରେ। ଚାଷ କରିବା ପାଇଁ ନଦୀପାର ହୋଇ ଚାଷୀମାନେ ଡଙ୍ଗାରେ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ନଦୀକୁ ଓଲଟି ପଡ଼ିଥିଲା। ଯାହା ଫଳରେ ୨୪ଜଣ ନିଖୋଜ ଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ କୂଳକୁ ପହଁରି ନିଜ ଜୀବନ ବଞ୍ଚାଇ ପାରିଥିବା ସୂଚନା ମିଳିଛି। ଏବଂ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ନିଖୋଜ ଥିବା ଚାଷୀମାନେ କୁଚାୟକୋଟ ଓ ବିଶମ୍ଭରପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାଟି ବୋତିଆ-ଗୋପାଳଜଙ୍ଗ ସୀମା ବର୍ତ୍ତୀ ଅଞ୍ଚଳ ଭଗବାନପୁର ଗ୍ରାମରେ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.