fbpx

ଜାମିଆ ମସଜିଦକୁ ନେଇ ସାଧୁଙ୍କ ବିବାଦୀୟ ବୟାନ: ଭାଇରାଲ ପରେ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: ଜାମିଆ ମସଜିଦକୁ ବାବରୀ ମସଜିଦ ଭଳି ଭାଙ୍ଗିଦେବା ଉଚିତ ବୋଲି କହି ଗିରଫ ହେଲେ ସାଧୁ । କର୍ଣ୍ଣାଟକ ପୋଲିସ୍ ମଙ୍ଗଳବାର ହସନ ଜିଲ୍ଲାର କାଳିକା ମଠର ସାଧୁ ଋଷି କୁମାର ସ୍ୱାମୀଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ଶ୍ରୀରଙ୍କାପାଟଣା ସ୍ଥିତ ଜାମିଆ ମସଜିଦକୁ ଭାଙ୍ଗିଦେବା ପାଇଁ କହିଛନ୍ତି ।

ସାଧୁ ଜଣକ ଫେସବୁକରେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଏହି ଐତିହାସିକ ମସଜିଦ୍ ପୂର୍ବରୁ ଏକ ହନୁମାନ ମନ୍ଦିର ଥିଲା ଏହାକୁ ବାବରୀ ମସଜିଦ୍ ଭଳି ଭାଙ୍ଗିଦେବା ଦରକାର । ତେବେ ତାଙ୍କର ଏହି ବୟାନକୁ ନେଇ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଚିକମଙ୍ଗଲୁରୁ ଜିଲ୍ଲାରୁ ଗିରଫ କରାଯାଇଛି ।

ଭିଡିଓରେ ସେ ଦାବି କରିଛନ୍ତି ଯେ ମସଜିଦ୍ ର ବାହାର ପାଚେରୀ ପାଖରେ ତିଆରି ହୋଇଥିବା ମୀନାର ଏକ ମନ୍ଦିର ସହ ସମ୍ପର୍କ ରହିଛି । ଶ୍ରୀରଙ୍ଗାପାଟଣାରେ ଏକ ମନ୍ଦିରକୁ ମସଜିଦ୍ ରେ ପରିଣତ କରାଯାଇଛି । ଏବେ ହିନ୍ଦୁମାନଙ୍କୁ ଜାଗ୍ରତ ହେବା ଉଚିତ୍ । ଏହା ଏମିତି ଏକ ମସଜିଦ ଯାହାକୁ ବାବରୀ ମସଜିଦ୍ ଭଳି ଭାଙ୍ଗିଦେବା ଉଚିତ୍ । ଏହି ମସଜିଦ୍ ବିଷୟରେ କୁହାଯାଉଛି ଯେ ଏହାର ନିର୍ମାଣ ୧୯୭୪ ରେ ଟିପୁ ସୁଲତାନଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ଏବେ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଏଏଏଆଇ ନିକଟରେ ରହିଛି । ଏହି ମସଜିଦରେ ମଦ୍ରାସା ମଧ୍ୟ ରହିଛି ।

ଗିରଫ ପରେ ମଧ୍ୟ ସାଧୁ ନିଜ ବୟାନରେ ଅଟଳ ରହିଛନ୍ତି ସେ କହିଛନ୍ତି ଏହାର ଢ଼ାଞ୍ଚା ଏକ ମସଜିଦର ନୁହେଁ ବରଂ ଏକ ମନ୍ଦିରର । ତେବେ ଏହି ଘଟଣାର ଗୁରୁବାର ଶୁଣାଇବେ ।

Get real time updates directly on you device, subscribe now.