fbpx

ପ୍ରତ୍ୟାବର୍ତ୍ତନରେ ଧୱନଙ୍କ ଅର୍ଦ୍ଧଶତକ ବେକାର: ପ୍ରଥମ ଦିନିକିଆକୁ ୩୧ ରନରେ ହାରିଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ନୈରାଶ୍ୟ ଜନକ ପ୍ରଦର୍ଶନ ସହିତ ଭାରତ ୩୧ ରନରେ ମ୍ୟାଚ ହାରିଯାଇଛି । ୨୯୭ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୬୫ ରନ କରିବା ସହିତ ୩୧ ରନରେ ପରାଜିତ ହୋଇଥିଲା । ଏହି ପରାଜୟ ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜ୍ରେ ୧-୦ରେ ପଛୁଆ ରହିଛି । ଭାରତ ପକ୍ଷରୁ ପ୍ରତ୍ୟାବର୍ତ୍ତନକାରୀ ଶିଖର ଧୱନ ସର୍ବାଧିକ ୭୯ ରନ କରିଥିଲେ ହେଁ ବିଜୟ ପାଇଁ ଯଥେଷ୍ଟ ନଥିଲା । ଧୱନ ୮୪ ବଲ ଖେଳି ୧୦ ଚୌକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୬୩ ବଲ ଖେଳି ୩ ଚୌକା ସହିତ ୫୧ ରନ କରିଥିଲେ । ଶେଷ ଆଡକୁ ଲର୍ଡ ଶାର୍ଦ୍ଦୁଲ ଠାକୁର ୪୩ ବଲ ଖେଳି ଅପରାଜିତ ୫୦ ରନ କରିଥିଲେ ହେଁ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା । ଠାକୁରଙ୍କ ଇନିଂସରେ ୫ ଚୌକା ଓ ୧ ଛକା ସାମିଲ ଥିଲା । ଘରୋଇ ଦଳ ପକ୍ଷରୁ ଏନଗିଡି, ସାମସି ଓ ଫେଲୁକ୍ୱାୟୋ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ରାଶି ଭାନ ଦେର ଦୁସେନ ଅପରାଜିତ ରନ କରିଥିବା ବେଳେ ବାଭୁମା ଧୈର୍ଯ୍ୟପୂର୍ଣ୍ଣ ୧୧୦ ରନ କରିଥିଲେ । ଭାନ ଦେର ଦୁସେନ ୯୬ଟି ବଲ ଖେଳି ୧୨୯ ରନ ସଂଗ୍ରହ କରିବା ସହିତ ଦିନିକିଆ କ୍ୟାରିୟରର ସର୍ବୋଚ୍ଚ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ୯ଟି ଚୌକା ଓ ୪ଟି ଛକା ମାରିଥିଲେ । ଟେମ୍ବା ବାଭୁମା ଅଧିନାୟକ ଇନିଂସ ଖେଳିବା ସହିତ ଧୈର୍ଯ୍ୟପୂର୍ଣ୍ଣ ୧୧୦ ରନ କରିଥିଲେ । ୧୪୩ ରନ ବଲ ଖେଳିଥିବା ବାଭୁମା ୮ଟି ଚୌକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ୱିଣ୍ଟନ ଡିକକ ୨୭ ରନ କରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ୪୮ ରନ ବ୍ୟୟରେ ଦୁଇଟି ୱିକେଟ ନେଇଥିବା ବେଳେ ଆର ଅଶ୍ୱିନ ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.