fbpx

ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ Overthinking, ଏହି ଅଭ୍ୟାସ ଠାରୁ ଦୂରେଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ମନୁଷ୍ୟ, ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତିି କରିଥାଏ । କେତେବେଳେ ବୃତିଗତ ଜୀବନ ତ ପୁଣି କେତେ ବେଳେ ବ୍ୟକ୍ତିଗତ ଜୀବନକୁ ନେଇ ମନୁଷ୍ୟ ଚିନ୍ତାଗ୍ରସ୍ତ ରହିଥାଏ । କିନ୍ତୁ ଗୋଟିଏ ବିଷୟକୁ ନେଇ ବାରମ୍ବାର ଭାବିବା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏହାକୁ ଓଭରଥିଙ୍କିଙ୍ଗ୍ (Overthinking) କୁହାଯାଏ । ଏହା ଉଭୟ ଆମ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଓଭରଥିଙ୍କିଙ୍ଗ୍ କରିବା ଫଳରେ ନିଦ୍ରାହୀନତା, ଡପ୍ରେସନ, ଆଙ୍ଗ୍‌ଜାଇଟି ଭଳି ସମସ୍ୟ ଦେଖାଦେଇଥାଏ । ତେବେ ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣାଇପାରିବା ।

୧. ମେଡିଟେସନ୍‌: ଓଭରଥିଙ୍କିଙ୍ଗ୍ ଆମ ମସ୍ତିଷ୍କ ଉପରେ ଅଧିକ ଚାପ ପକାଇଥାଏ । ତେଣୁ ମନ ସବୁବେଳେ ଅସ୍ଥିର ରହିଥାଏ । ଆଉ ଏଇ ଅସ୍ଥିର ମନକୁ ନିୟନ୍ତ୍ରଣ କରିବା ପାଇଁ ମେଡିଟେସନ୍‌, ଯୋଗ, ପ୍ରାଣାୟାମ ବେଶ ଲାଭଦାୟକ ଅଟେ । ନିୟମିତ ଏହି ସୁଅଭ୍ୟାସ ଦ୍ୱାରା ହାପି ହରମୋନ୍ସ ରିଲିଜ୍ ହୋଇଥାଏ ଯାହା ମାନସିକ ଶାନ୍ତି ପ୍ରଦାନ କରିଥାଏ ।

୨. ନିଜକୁ ବ୍ୟସ୍ତ ରଖନ୍ତୁ: କଥାରେ ଅଛି ଖାଲି ମନ ହେଉଛି ଶଇତାନର ଘର । ତେଣୁ ନିଜକୁ ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ । ଖାଲି ସମୟରେ ନିଜ ଇଣ୍ଟେରେଷ୍ଟକୁ ବିକଶିତ କରନ୍ତୁ । ଆପଣଙ୍କୁ ଖୁସି ଦେଉଥିବା କାମ କରନ୍ତୁ । ଯେପରି ଗୀତ ଶୁଣିବା, ପେଣ୍ଟିଙ୍ଗ୍ କରିବା, ଲେଖାଲେଖି କରିବା, ବହି ପଢ଼ିବା ଇତ୍ୟାଦି ।

୩. ନେଗେଟିଭ୍ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ: ଯେତେଦୂର ସମ୍ଭବ ନେଗେଟିଭ୍ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ନେଗେଟିଭ୍ ଲୋକଙ୍କ ସଂସ୍ପର୍ଶରେ ରହିଲେ ଆପଣଙ୍କ ଆତ୍ମବିଶ୍ୱାସ ଓ ମନୋବଳ ହ୍ରାସ ହୋଇଥାଏ । ଏଭଳି ଲୋକଙ୍କ ଚିନ୍ତାଧାରା ସଂକୀର୍ଣ୍ଣ ଥାଏ । ସେମାନେ ସବୁବେଳେ ଅନ୍ୟ ବିଷୟରେ ଆଲୋଚନା କରିଥାନ୍ତି । ତେଣୁ ସେମାନେ କେବେବି ଆପଣଙ୍କୁ ଉଚିତ ଉପଦେଶ ଦେଇ ପାରିବେ ନାହିଁ ।

୪. ଲକ୍ଷ୍ୟ ବିଷୟରେ ଭାବନ୍ତୁ: କଥାରେ ଅଛି ଲକ୍ଷ୍ୟହୀନ ଜୀବନ ଦୁଃଖଦାୟକ ଜୀବନ । ଜୀବନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ ଲୋଡ଼ା । ଅଯଥା କଥା ବିଷୟରେ ଭାବି ଦିଗହରା ହୁଅନ୍ତୁ ନାହିଁ । ନଚେତ୍ କେହିବି ଆପଣଙ୍କୁ ସମ୍ମାନ ଦେବେ ନାହିଁ । ଆପଣଙ୍କୁ ଫର୍ ଗ୍ରାଣ୍ଟ୍ ନେବେ । ତେଣୁ ସମାଜରେ ନିଜ ମୂଲ୍ୟ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ହାସଲ କରିବା ଦିଗରେ ଫୋକସ୍‌ଡ ରୁହନ୍ତୁ ।

Get real time updates directly on you device, subscribe now.