fbpx

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିର ପକ୍ଷରୁ ବିଜ୍ଞପ୍ତି: ପୂରଣ ହେବ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅନେକ ପଦ ପୂରଣ ହେବ । ସେନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର / ଗେଷ୍ଟ ଫାକଲଟି ଭାବେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୧୩୪ଟି ପଦ ଖାଲି ରହିଥିବା ବେଳେ ୧୪ଟି ପ୍ରଫେସର ପଦ, ୩୫ଟି ଆସୋସିଏଟ୍ ପ୍ରଫେସର ପଦ ଓ ୮୧ଟି ଆସିଷ୍ଟାଣ୍ଟ ପ୍ରଫେସର / ଗେଷ୍ଟ ଫାକଲଟି ପଦ ଖାଲି ରହିଛି । ପ୍ରାର୍ଥୀମାନେ ନିମ୍ନୋକ୍ତ ଲିଙ୍କକୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ମାର୍ଚ୍ଚ ମାସ ୧୩ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ନାହିଁ । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଷୟରେ ପିଏଚଡି କରିଥିବା ଆବଶ୍ୟକ । ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି ।

ବିଜ୍ଞପ୍ତି ଲିଙ୍କ: https://cdn.s3waas.gov.in/s3e7b24b112a44fdd9ee93bdf998c6ca0e/uploads/2024/02/2024022396.pdf

Get real time updates directly on you device, subscribe now.