fbpx

ବିରାଟଙ୍କ ପରେ ଏହି ପୂର୍ବତନ ଅଧିନାୟକ ହେଲେ ପିତା: ଘରକୁ ଆସିଲେ କନ୍ୟା ସନ୍ତାନ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ଆଉ ଜଣେ ପୂର୍ବତନ ଅଧିନାୟକ ବାପା ହୋଇଛନ୍ତି । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି କ୍ରିକେଟରଙ୍କ ଜୀବନସାଥୀ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଯୋଗେ ଏ ନେଇ ସୂଚନା ଦେଇଛନ୍ତି ପୂର୍ବତନ ଅଧିନାୟକ । ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର କେନ୍ ୱିଲିୟମସନ୍ ତୃତୀୟ ସନ୍ତାନର ପିତା ହୋଇଛନ୍ତି । ପାର୍ଟନର ସାରା ରହୀମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ୱିଲିୟମସନ ଗୋଟିଏ ପୁଅ ଏବଂ ଗୋଟିଏ ଝିଅର ପିତା ହୋଇ ସାରିଥିବା ବେଳେ ବର୍ତ୍ତମାନ ଉଭୟ ଦମ୍ପତ୍ତିଙ୍କର ଆଉ ଜଣେ କନ୍ୟା ସନ୍ତାନ ଜନ୍ମ ନେଇଛି ।

ଇନଷ୍ଟାଗ୍ରାମରେ ୱିଲିୟମସନ ନିଜ ଝିଅ ଏବଂ ପାର୍ଟନରଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଏବେ ସେମାନେ ୩ ହୋଇଗଲେ । ଏହି ସୁନ୍ଦର କନ୍ୟା ସନ୍ତାନକୁ ଏହି ଦୁନିଆରେ ସ୍ୱାଗତ । ଆପଣଙ୍କ ସୁରକ୍ଷିତ ଆଗମନ ଏବଂ ଜୀବନର ରୋମାଞ୍ଚକର ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କେନ୍ ୱିଲିୟମସନ୍ । ତେବେ କେନ୍ ୱିଲିୟମସନ୍ ସାରା ରହୀମଙ୍କ ସହ ୯ ବର୍ଷରୁ ସମ୍ପର୍କରେ ରହିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ବିବାହ କରିନାହାନ୍ତି ।

 

View this post on Instagram

 

A post shared by Kane Williamson (@kane_s_w)

ତେବେ ତୃତୀୟ ସନ୍ତାନ ଯୋଗୁଁ କେନ୍ ୱିଲିୟମସନ୍ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସାମିଲ ହୋଇ ନଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ କେନ୍ ଦଳ ସହିତ ରହିଥିଲେ ମଧ୍ୟ ଏହାପରେ ପାଟରନିଟି ଲିଭରେ ରହିଛନ୍ତି ୱିଲିୟମସନ୍ । ତେବେ ଫେବୃଆରୀ ୨୯ ତାରିଖରେ ହବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଦଳରେ ସାମିଲ ହୋଇପାରନ୍ତି କେନ୍ ୱିଲିୟମସନ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରି ୱିଲିୟମସନ୍ ୨ଟି ଶତକ ହାସଲ କରିଥିଲେ ।

Get real time updates directly on you device, subscribe now.