fbpx

ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାନ, ଗୁଟଖା ଖାଇ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିବା ରୋକ୍‌

ଭୁବନେଶ୍ୱର: ନୂଆ ବର୍ଷ ପ୍ରାରମ୍ଭରୁ ମନ୍ଦିରରେ କଡ଼ାକଡ଼ି ହେଲା ନୟମ । ପ୍ରଥମେ ଲିଙ୍ଗରାଜ ମନ୍ଦିର ଓ ପରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ କଟକଣା ଜାରି କରାଯାଇଥିଲା । ସେହିପରି ବର୍ତ୍ତମାନ ସମ୍ବଲପୁର ସ୍ଥିତ ମା’ ସମଲେଶ୍ୱରୀଙ୍କ ମନ୍ଦିରେ ପାନ, ଗୁଟଖା ଖାଇ ବା ନେଇ ଏବଂ ମଦ୍ୟପାନ କରି କେହି ବି ପ୍ରବେଶ କରିବା ଉପରେ ରୋକ୍ ଲଗାଯିବ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ତରଫରୁ ଖୁବ ଶୀଘ୍ର ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି । ମନ୍ଦିରର ସ୍ୱଚ୍ଛାତା ଓ ଧାର୍ମିକ ଭାବନାକୁ ବଜାୟ ରଖିବା ପାଇଁ ଏଭଳି ନିୟମ ଲାଗୁ କରାଯାଇଛି ।
ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ମଧ୍ୟରେ ଥିବା ସେବାୟତମାନଙ୍କ ପାଇଁ ନୂଆ ପରିଚୟ ପତ୍ର ଜାରି କରାଯିବା ସହ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର, ମଦ ପିଇ ମନ୍ଦିରରେ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ସେହିପରି ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ପୋଷାକ ପରିଧାନରେ ଶାଳୀନତା ପାଇଁ ନିୟମ କରାଯାଇଛି ।

Get real time updates directly on you device, subscribe now.