fbpx

ଗାଡ଼ିରେ ସିକ୍ରେଟ୍ ଚାମ୍ବର କରି ଚାଲିଥିଲା ଗଞ୍ଜେଇ କାରବାର, ଧରିଲା ପୋଲିସ: ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଅଟକ

କଳାହାଣ୍ଡି (ଭାସ୍କର ନ୍ୟୁଜ୍): ଟାଟା ସୋମ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଆର୍ଦଶ ଥାନା ପୁଲିସ। ଭାବାନୀପାଟଣାରୁ କେସିଙ୍ଗା ସହର ଦେଇ ବଲାଙ୍ଗୀର ପଟକୁ ଗଞ୍ଜେଇ ଚୋରା ଚାଲାଣ ହୋଉଥିବା ବେଳେ ଚେକ୍ ପୋଷ୍ଟରେ ପୋଲିସ ସନ୍ଦେହ କରି ଗାଡିକୁ ଅଟକ ରଖିଥିଲା। ଗାଡ଼ିକୁ ଯାଞ୍ଚ କରିବା ବେଳେ ସିକ୍ରେଟ୍ ଚାମ୍ବରରୁ ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ ହୋଇଛି। ଏହି କାରବାରରେ ସଂପୃକ୍ତ ଥିବା ୩ ଜଣଙ୍କୁ ଅଟକ ରଖିଛି ପୁଲିସ।

ସୂଚନା ମୁତାବିକ, କଳହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଟାଟା ସୋମ ଗାଡ଼ିର ସିକ୍ରେଟ ଚାମ୍ବରୁ ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି ।ଭାବାନୀପାଟଣାରୁ କେସିଙ୍ଗା ସହର ଦେଇ ବଲାଙ୍ଗୀର ପଟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାସମୟରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୋଲିସ ଗାଡ଼ିକୁ ଅଟାଇଥିଲେ। ସନ୍ଦେହ ହେବାରୁ ଗାଡ଼ିକୁ  ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡ଼ି ଡାଲା ତଳେ ସିକ୍ରେଟ୍ ଚେମ୍ବର ଭିତରେ ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । କେସିଙ୍ଗା ଅତିରିକ୍ତ ତହସିଲଦାର ରୂଦ୍ରମଣୀ ନାଏକଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ ଗଞ୍ଜେଇକୁ ଜବତ କରାଯାଇଥିଲା ପୋଲିସ ସଂପୃକ୍ତ ଗାଡ଼ିକୁ ମଧ୍ୟ ଜବତ କରିବା ସହ ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାର ଅଞ୍ଚଳର ଓ ଜଣେ ଗଜପତି ଜିଲ୍ଲାର ସୂଚନା ମିଳିଛି।

 

 

Get real time updates directly on you device, subscribe now.