fbpx

୮ ବର୍ଷ ତଳେ ମୃତ ବାଳକ ଘରକୁ ଫେରିଲା, କହିଲା…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୈନପୁରୀରେ ପୁନର୍ଜନ୍ମର ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରକୃତରେ ୮ ବର୍ଷ ତଳେ ମୃତ୍ୟୁ ହୋଇଥିବା ଜଣେ ବାଳକ ଏବେ ତାଙ୍କ ପୂର୍ବଜନ୍ମ କଥା କହିଛନ୍ତି । ଗତ ଅଗଷ୍ଟ ୧୯ ତାରିଖରେ ମୃତକଙ୍କ ପିତାଙ୍କ ସହ ଦେଖାକରିବାକୁ ଜଣେ ବାଳକ ପହଞ୍ଚିଥିଲେ ଏବଂ ନିଜକୁ ତାଙ୍କ ପୁଅ ବୋଲି କହିଥିଲେ, ଯାହାର ମୃତ୍ୟୁ ହୋଇଥିଲା । ବାଳକ ଜଣକ ନିଜର ପୁର୍ନଜନ୍ମ ହୋଇଥିବା ନେଇ କହିଥିଲେ ଏବଂ ଗାଁର ତଥା ପରିବାରର ସବୁ ସଦସ୍ୟଙ୍କୁ ମଧ୍ୟ ଚିହ୍ନିଥିଲେ ।

ଘଟଣା ଅନୁଯାୟୀ ମୈନପୁରୀ ଜିଲ୍ଲାର ଗ୍ରାମ ନଗଲା ସଲୋହୀର ପ୍ରମୋଦ କୁମାର ଶ୍ରୀବାସ୍ତବଙ୍କ ୧୩ ବର୍ଷୀୟ ପୁଅ ରୋହିତ କୁମାରଙ୍କ ଆଠ ବର୍ଷ ତଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା । ପ୍ରମୋଦ କୁମାରଙ୍କ ଦୁଇ ସନ୍ତାନ ଗୋଟିଏ ଝିଅ ତଥା ପୁଅ ରୋହିତ, କୁମାର ଯାହାର ମୃତ୍ୟୁ ହୋଇସାରିଛି ।

ରୋହିତଙ୍କ ମୃତ୍ୟୁର ୮ ବର୍ଷ ପରେ ନିକଟବର୍ତ୍ତୀ ଗାଁ ନଗଲା ଅମର ସିଂହର ନିବାସୀ ରାମନରେଶ ଶଙ୍ଖବାରଙ୍କ ପୁଅ ଚନ୍ଦ୍ରବୀର ଓରଫ ଛୋଟୁ ଦାବି କରିଛନ୍ତି ଯେ ସେ ହିଁ ରୋହିତ ଏବଂ ତାଙ୍କର ପୁର୍ନଜନ୍ମ ହୋଇଛି । ୧୯ ଅଗଷ୍ଟରେ ଚନ୍ଦ୍ରବୀର ଓରଫ ଛୋଟୁ, ପ୍ରମୋଦ କୁମାରଙ୍କ ଘରକୁ ଯାଇଥିଲେ ଏବଂ ନିଜ ବାପା-ମା ଏବଂ ଭଉଣୀଙ୍କୁ ଚିହ୍ନିଥିଲେ । ଏହା ପରେ ତାଙ୍କୁ ପୁର୍ନଜନ୍ମ କଥା କହିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗାଁ ସାରା ଲୋକ ପ୍ରମୋଦଙ୍କ ଘରେ ପହଞ୍ଚିଥିଲେ ।

ଏହି ସମୟରେ ଗାଁର ପୂର୍ବ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଭାସଚନ୍ଦ୍ର ଯାଦବ ସେଠାରେ ପହଞ୍ଚିଥିଲେ ତାଙ୍କୁ ଦେଖି ଚନ୍ଦବୀର ପ୍ରଣାମ କରିବା ସହ କହିଥିଲେ ଏ ହେଉଛନ୍ତି ସୁଭାସ ସାର୍ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେଉଁ ଶ୍ରେଣୀରେ ପଢ଼ୁଥିଲେ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ସେ ତୁରନ୍ତ ଦେଇଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚନ୍ଦ୍ରବୀରଙ୍କ ପିତା ରାମନରେଶ କହିଛନ୍ତି ତାଙ୍କ ପୁତ୍ର ପିଲାଦିନରୁ ହିଁ ପୁନର୍ଜନର କଥା କହୁଥିଲା ଏବଂ ନଗଲା ସଲୋହୀ ଯିବା ପାଇଁ ଜିଦ କରୁଥିଲା । କିନ୍ତୁ ତାଙ୍କୁଠାରୁ ଦୂରକୁ ଯିବା ଭୟରେ ସେ ତାଙ୍କୁ ସେଠାକୁ ନେଉନଥିଲେ । କିନ୍ତୁ ପିଲାର ଜିଦ୍ ଆଗରେ ସେ ହାର ମାନିଥିଲେ ଏବଂ ପ୍ରମୋଦଙ୍କ ଘରକୁ ନେଇଯାଇଥିଲେ ।

Get real time updates directly on you device, subscribe now.