fbpx

ରିପୋର୍ଟ ପରେ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ ପଦ୍ମନାଭ

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚିଲିକା ଡଙ୍ଗାବୁଡି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ । ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେଉଁ ଡଙ୍ଗାର ରେଜିଷ୍ଟ୍ରେସନ ଅଛି କି ନାହିଁ, ତାହାର ତଦନ୍ତ ହେଉଛି । ଡଙ୍ଗାରେ ଯାଉଥିବା ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ ପିନ୍ଧୁଛନ୍ତି କି ନାହିଁ ତଦନ୍ତ ହେଉଛି । ଦିନେ କି ଦୁଇ ଦିନ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଆସିଯିବ । ତଦନ୍ତ ଆସିଲେ କଡା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ,ଗତ ରବିବାର ଅପରାହ୍ନରେ କାଳିଯାଈରୁ ପିକନିକ୍ କରି ୩ଟି ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଫେରୁଥିଲେ । ତେବେ କାଳିଯାଈ ଗଣ୍ଡରେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ପ୍ରାୟ ୨୫ଜଣ ଯାତ୍ରୀ ରହିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ସେମାନଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ବାଲୁଗାଁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରୁ ଜଣେ ଡଙ୍ଗାର ମାଲିକ ରହିଥିବା ବେଳେ ଆଉ ୨ଜଣ ଚାଳକ ରହିଛନ୍ତି ।

Get real time updates directly on you device, subscribe now.