fbpx

ରାଉଣ୍ଡ ୪ ଫଳାଫଳ: ବିଜେଡି ଦେଉଛି ବିଜେପିକୁ କଡ୍ଡା ଟକ୍କର, ଏବେ ସୁଦ୍ଧା ଆଗରେ ବର୍ଷା

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ସାରା ଓଡିଶାର ମାହୋଲ ଏବେ ସରଗରମ ରହିଛି । ଆଜି ଆସିବ ଉପନିର୍ବାଚନ ଫଳାଫଳ । ତେବେ ବର୍ତ୍ତମାନ ଗଣତି ଆରମ୍ଭ ହୋଇ ଯାଇଛି ।ଚଳିତଥର ୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ମୋଟ ୨୩ ରାଉଣ୍ଡର ଗଣତି ହେବ । ତେବେ ବର୍ତ୍ତମାନ ୪ର୍ଥ ରାଉଣ୍ଡର ଗଣତି ଚାଲିଛି ଯେଉଁଥିରେ ଏବେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ବିଜେଡିର ବର୍ଷା ବରିହାଙ୍କୁ ୨୧୮୩୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତଙ୍କୁୂ ୧୩୬୫୯ ଖଣ୍ଡ ଭୋଟ ମିଳିଛି । ଏହା ସହିତ କଂଗ୍ରେସକୁ ୬୧୬ ଖଣ୍ଡ ଭୋଟ ମିଳିଛି । ଏବେ ପ୍ରଦୀପ ବର୍ଷାଙ୍କ ଠାରୁ ୮୧୭୬ ଭୋଟରେ ଆଗୁଆ ରହିଛନ୍ତି ।

ତେବେ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବା ସହିତର କଡା ସୁରକ୍ଷା ବଳୟ ଭିତରେ ଏହି ଗଣତି ଚାଲିଛି । ବିଜେଡି କର୍ମୀ ମାନେ ବର୍ଷାଙ୍କ ଜିତିବାକୁ ନେଇ ଉତ୍ସାହିତ ଥିବା ବେଳେ ବିଜେପି କୌଣସି ମୂହୂର୍ତ୍ତରେ ଗେମ ଚେଞ୍ଜ କରିପାରେ ।

Get real time updates directly on you device, subscribe now.