fbpx

ସୁନା ଦରରେ ଆସିଲା ବଡ ପରିବର୍ତ୍ତନ, ଶସ୍ତା ହେଲା ରୂପା ; ୫୪ହଜାର ତଳକୁ ଖସିଲା ମୂଲ୍ୟ

ବଜାରରେ କ୍ରମାଗତ ବୃଦ୍ଧି ପରେ ଆଜି ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘାଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୫୪,୦୦୦ ତଳକୁ ଖସି ଯାଇଛି । ଏଥି ସହିତ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପ୍ରତି ୬୬,୧୦୦ ଟଙ୍କାରେ କାରବାର ହେଉଛି । ଯଦି ଆପଣ ସୁନା ଓ ରୂପ ଅଳଙ୍କାର କିଣିବାକୁ ଚାଁହୁଛନ୍ତି ତେବେ ଏହା ଏକ ଉପଯୁକ୍ତ ସମୟ । ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ସୁନା ମୂଲ୍ୟ ଦେଶରେ ୬୧,୦୦୦ ଟଙ୍କା ସ୍ତରରେ ପହଞ୍ଚିବ।

ଆଜି ସକାଳ ୧୦ ଟାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୩,୯୯୩ ଟଙ୍କା ମୂଲ୍ୟରେ ୦.୦୩ ପ୍ରତିଶତ ହ୍ରାସ ହୋଇଛି। ଏଥି ସହିତ ରୂପା ମୂଲ୍ୟ ୦.୧୯ ପ୍ରତିଶତ ହ୍ରାସ ସହ କିଲୋଗ୍ରାମ ପିଛା ୬୬,୧୪୪ ଟଙ୍କା ସ୍ତରରେ କାରବାର ହେଉଛି ।

ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ଆସନ୍ତା ୨୦୨୩ ବର୍ଷ ସୁନା ଦର ବୃଦ୍ଧି ଘଟିବ। ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୦୦୦ ରୁ ୬୧,୦୦୦ ସ୍ତରକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି।
ଆନ୍ତର୍ଜାତୀୟ ବଜାର ବିଷୟରେ କହିବାକୁ ଗଲେ ଏଠାରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଆମେରିକାର ବଜାରରେ ସୁନା ମୂଲ୍ୟ ୦.୬୬ ପ୍ରତିଶତ ବୃଦ୍ଧି ସହିତ ଅନ୍ସ ପିଛା ୧,୭୮୨.୭ ଡଲାରରେ କାରବାର ହେଉଛି । ଏଥି ସହିତ ରୂପା ୧.୮୧୬ ପ୍ରତିଶତ ବୃଦ୍ଧି ସହିତ ୨୨.୧୬ ସ୍ତରରେ ରହିଛି ।

ଯଦି ଆପଣଙ୍କର ସୁନା କିଣିବାକୁ ଯୋଜନା ଅଛି, ତେବେ ଏହା ପୂର୍ବରୁ ନିଶ୍ଚିତ ଭାବରେ ହଲମାର୍କିଂ ଯାଞ୍ଚ କରି କିଣନ୍ତୁ । ଏହା ବ୍ୟତୀତ, ଆପଣ ଆପ୍ ମାଧ୍ୟମରେ ସୁନାର ଶୁଦ୍ଧତା ବିଷୟରେ ଜାଣିପାରିବେ । BIS କେୟାର ଆପ୍ ମାଧ୍ୟମରେ, ଆପଣ ଜାଣିପାରିବେ ଯେ ଆପଣ କିଣିଥିବା ସୁନା ଅସଲି କି ନକଲି ।

Get real time updates directly on you device, subscribe now.