fbpx

ବିଜେଡିର ବାଜିମାତ : ବିଧାୟିକା ଗାଦିରେ ବିରାଜିଲେ ବର୍ଷା

ପଦ୍ମପୁର:’ମୁଁ ଏନର ଟୁକେଲ ,ଇନକେ ରହି କାମ କରିବି’ ପଦ୍ମପୁରରେ ଜିତିବା ପରେ ବର୍ଷାଙ୍କ ପ୍ରତିକ୍ରିୟା । ପଦ୍ମପୁର ବାସୀ ବାପାଙ୍କୁ ପସନ୍ଦ କରିଥିଲେ ଏବେ ସେମାନେ ମତେ ପସନ୍ଦ କରିଛନ୍ତି । ବୋହୂ ନୁହେଁ ଗୋଟିଏ ଝିଆ କର୍ତ୍ତବ୍ୟ ପାଳନ କରିବି । ମତେ ପଦ୍ମପୁରବାସୀ ତାଙ୍କର ସମର୍ଥନ ଦେଇଛନ୍ତି ମୁଁ ମରିବା ପର୍ୟ୍ୟନ୍ତ ତାଙ୍କ ସହିତ ରହି ମୋ ଗାଁ ମାଟି ପାଇଁ କାମ କରିବି ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ବର୍ଷା ।

ପଦ୍ମପୁର ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ଫଳାଫଳ ସମସ୍ତଙ୍କ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ବିପୁଳ ସମର୍ଥନ ସହ ବିଜୟ ଟୀକା ପିନ୍ଧିଛନ୍ତି ବର୍ଷା । ବାପାଙ୍କ ସ୍ୱପ୍ନଙ୍କୁ ପୂରା କରିବା ସହିତ ଗାଁ ମାଟିର ଉନ୍ନତି ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ବର୍ଷା ।ବର୍ଷା ବରିହା ପ୍ରଦୀପ ପୁରୋହିତଙ୍କ ଠାରୁ ୪୨,୦୬୫ ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି । ଯାହାକି ବିଜେଡିର ବିପୁଳ ବିଜୟ ଅଟେ ।

ବିଜେଡି ବିଜୟର କି ପଏଣ୍ଟ:

ଅନୁକମ୍ପା କାର୍ଡ :ଯଦି ଆମେ ପଦ୍ମପୁରରେ ବିଜେଡି ବିଜୟ ଊପରେ ନଜର ପକାଇବା ତେବେ ପ୍ରଥମେ ବିଜେଡି ଅନୁକମ୍ପା କାର୍ଡ ଖେଳିବା ସହିତ ମହିଳା କାର୍ଡ ଖେଳିଳା । ବରିହାଙ୍କ ପରିବାର ଭିତରୁ ଟିକେଟ ଦେଇ ପଦ୍ମପୁରବାସୀଙ୍କ ଆସ୍ଥା ଆଉ ବିଶ୍ୱାସ ଜିତିବାରେ ସକ୍ଷମ ହେଲା ।
ଏହାପରେ ପଶ୍ଚିମ ନେତାମାନଙ୍କୁ ବଣ୍ଟାଗଲା ଗୁରୁ ଦାୟିତ୍ୱ । ଧାମନଗରରେ ପରାଜୟ ଦେଖିବା ପରେ ବିଜେଡି ଏଥର ସବୁ କିଛି ପରିବର୍ତ୍ତନ କରିଲା । ଏପରିକି ନିର୍ବାଚନୀ ଦାୟିତ୍ୱରେ ପୂର୍ବରୁ ଯେଉଁ ନେତାମାନଙ୍କ ହାତରେ ସବୁ କିଛି ଟେକି ଦିଆଯାଉଥିଲା ତାହାକୁ ପରିବର୍ତ୍ତନ କରଗଲା । ଭାଗ ଭାଗ କରି ପ୍ରତିଟି ବ୍ଲାକ ,ପଞ୍ଚାୟତରେ ବିଜେଡି ନେତାମାନଙ୍କୁ ନିୟୋଜିତ କରାଗଲା ।

ପ୍ରଚାର ମୈଦାନରେ ନବୀନ:ଏହାପରେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ନବୀନ । ତେବେ ଏହା ବିଜେଡି ପାଇଁ ଏକ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେଲା । କାରଣ ଆପଣ ଭଲ ଭାବରେ ଜାଣନ୍ତି ଓଡିଶାର ମଉଡମଣି ନବୀନ ପଟ୍ଟନାୟକଙ୍କ ନୀତି ଆଉ ଆଦର୍ଶକୁୂ ସାରା ଓଡିଶାରେ ବହୁ ପ୍ରଶଂସା କରାଯାଏ । ଯେଉଁଥି ପାଇଁ ସାରା ଓଡିଶାବାସୀ ଆଖି ବନ୍ଦ କରି ତାଙ୍କ ଉପରେ ବିଶ୍ୱାସ କରନ୍ତି । ଯେଉଁଠାରେ ମୁଖ୍ୟମନ୍ତ୍ରୀ ନିଜେ ଭୋଟ ମାଗିବା ପାଇଁ ମୈଦାନକୁ ଓହ୍ଲାଇଲେ ତେବେ ଏହାର ପ୍ରଭାବ କିଭଳି ନ ପଡିଥାଆନ୍ତି ।
ନବୀନଙ୍କ ରହିଲା ନଜର: ଏଥର ଦଳରେ ଗୋଷ୍ଠୀ କନ୍ଦଳକୁ ଆଦୌ ସ୍ଥାନ ଦିଆଗଲା ନାହିଁ । ଯାହାଫଳରେ ଏଥର ନବୀନଙ୍କ ତତ୍ତ୍ୱବଧାନରେ ସବୁ କାର୍ଯ୍ୟ ହେଲା । ଆଉ ଶେଷରେ ସୁପ୍ରିମୋ ସମସ୍ତଙ୍କ ଠାରୁ ରିପୋର୍ଟ କାର୍ଡ ମଧ୍ୟ ଦେଖିଲେ । ଯାହା ଏକ ପ୍ରକାରର ସବୁ ମନରେ ଛନକା ପୁରାଇ ଦେଇଥିଲା ଯେ ଚଳିତ ଥର ନିର୍ବାଚନ ଜିତିବା ପାଇଁ ସବୁ କୌଶଳ ଆପଣେଇବାକୁ ହେବ ।

ତେବେ ପ୍ରଚାର ସମୟରେ ବିଜେଡି ଯେଉଁ ଦାବି କରି ଆସୁଥିଲା ଯେ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଆମର ବିଜୟ ହେବ ତାହା ବାସ୍ତବ ରୂପ ନେଲା । ପୂର୍ବରୁ ଖୁବ କମ ବ୍ୟବଧାନରେ ବିଜୟ ହେଉଥିବା ବେଳେ ଚଳିତ ଥର ପଦ୍ମପୁରବାସୀ ପୁଣି ଥରେ ବିଜେଡିକୁ ବିପୁଳମାତ୍ରାରେ ଭୋଟ ଦେଇ ବିଜୟ ଆସନରେ ବିରାଜିଛନ୍ତି । ଏହା ସହିତ ପ୍ରଦୀପ ପୂରୋହିତଙ୍କ ଭଳି ଟାଣୁଆ ନେତାଙ୍କ ଉପରେ ନୁହେଁ ବରଂ ଗାଁର ଝିଅ ଉପରେ ଭରସା କରିଛନ୍ତି ।

Get real time updates directly on you device, subscribe now.