fbpx
BSKY
BJD MC SKY
BJD YOUTH SKY

ପ୍ରତିଶ୍ରୁତି ପୂରଣ କରିବେ ମୁଖ୍ୟମନ୍ତ୍ରୀ: ପଦ୍ମପୁର ଗସ୍ତ କରିପାରନ୍ତି ନବୀନ, ସ୍ୱପ୍ନ ପୂରଣ ପାଇଁ ଚାହିଁ ବସିଛନ୍ତି ଜିଲ୍ଲାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିଆରା ଷ୍ଟାଇଲର ରାଜନୀତି ପାଇଁ ସାରା ଭାରତରେ ବେଶ୍ ଚର୍ଚ୍ଚିତ । ବହୁ ବଡ଼ ବଡ଼ ଜାତୀୟ ସ୍ତରର ରାଜନେତାମାନେ ନବୀନଙ୍କ ନିଷ୍ପତ୍ତି ଓ ସଫଳତା ଆଗରେ ହାର ମାନିଛନ୍ତି । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ସଫଳତାର ସିଡ଼ି ଚଢ଼ିଚାଲିଥିବା ନବୀନ ଅପରାଜେୟ ନାୟକ ପାଲଟିଛନ୍ତି । ତେବେ ୨୦୨୩ରେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳିବ ବୋଲି ଗତବର୍ଷ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ସୂଚନା ମୁତାବକ, ଖୁବଶୀଘ୍ର ପଦ୍ମପୁର ବାସିନ୍ଦାଙ୍କୁ ମିଳିବ ନୂଆ ଜିଲ୍ଲା । ନୂଆ ଜିଲ୍ଲାର ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ ତାରିଖରେ ପଦ୍ମପୁର ଗସ୍ତ କରିବାର ସମ୍ଭାବନା ରହିଛି । ଜିଲ୍ଲାବାସୀଙ୍କୁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏନେଇ ସରକାରୀ କିମ୍ବା ଦଳୀୟ ସୂତ୍ରରୁ କିଛି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଏହା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

କୁହାଯାଉଛି, ପଦ୍ମପୁର ବାସୀଙ୍କ ଜିଲ୍ଲା ସ୍ୱପ୍ନକୁ ନବୀନ ପଦ୍ମପୁର ମାଟିରେ ହିଁ ପୂରଣ କରିବେ । ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି ଉଠିବା ପରେ ଜିଲ୍ଲାବାସୀ ନବୀନ ନିବାସକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ନିରାଶ ନକରି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଖୁବଶୀଘ୍ର ଏକ କମିଟି ଗଠନ ହେବ ବୋଲି କୁହାଯାଇଥିଲା । ଜିଲ୍ଲା ମାନ୍ୟତା ନେଇ ବିଭାଗ ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ । ତେଣୁ କେବେ ପୂରଣ ହେବ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସେନେଇ ପଦ୍ମପୁର ବାସୀଙ୍କୁ ଆଉ ରାତିରେ ନିଦ ନାହିଁ ।

Get real time updates directly on you device, subscribe now.