fbpx

ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇଲା ବୁଲା କୁକୁର ; ପାଟ୍ରୋଲିଂ ସମୟରେ ପ୍ରେସର ବୋମା ଉପରେ ବସିଗଲା

Advertisement

ନୂଆଦିଲ୍ଲୀ : କୁହାଯାଏ କୁକୁର ଗୋଟିଏ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ସେ ଅସୁବିଧାରେ ମଧ୍ୟ ମାଲିକର ସାଥ ଛାଡେ ନାହିଁ । କିନ୍ତୁ ଏଥର କୁକୁରଟି କେଉଁ ମାଲିକର ଜୀବନ ବଞ୍ଚାଇନାହିଁ, ବରଂ ଦେଶକୁ ସୁରକ୍ଷା ଦେଉଥିବା ଯବାନମାନଙ୍କ ଜୀବନ ବଞ୍ଚାଇଛି । ଏଡି ଘଟଣାଟି ଛତିଶଗଡ । ଏଠାରେ ଗୋଟିଏ କୁକୁର ନିଜ ଜୀବନ ଦେଇ ଭାରତୀୟ ସୈନିକମାନଙ୍କ ଜୀବନ ରକ୍ଷା କରିଛି ।

ବାସ୍ତବରେ ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ଏକ କୁକୁର ବିଶ୍ୱସ୍ତତାର ଉଦାହରଣ ସୃଷ୍ିପ କରିଛି। ନାରାୟଣପୁରରେ ବୋମା ମାଡରେ ଯବାନ ଆହତ ହେବା ପରେ ସଙ୍ଗେସଙ୍ଗେ କୁମ୍ବିଂ ଅପରେଶନ୍ ହୋଇଥିଲା ।
କୁକୁରଟି ସୁରକ୍ଷାକର୍ମୀଙ୍କ ସହ ବୁଲୁଥିବା ବେଳେ ଏକ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ବୋମା ଉପରେ ବସିପଡିଥିଲା । ଫଳରେ ବିସ୍ଫୋରଣରେ କୁକୁରଟି ମୃତ୍ୟୁବରଣ କଲା ସତ, ହେଲେ ଅନେକ ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇଦେଇ ଗଲା ।

ମୃତ୍ୟୁବରଣ କରିଥିବା କୁକୁରଟି ପୋଲିସ ତାଲିମପ୍ରାପ୍ତ କୌଣସି ଡଗ୍ ସ୍କ୍ୱାଡ ର କୁକୁର ନଥିଲା । ବୁଲା କୁକୁରଟି ସବୁଦିନ କ୍ୟାମ୍ପ ନିକଟକୁ ଆସେ ଏବଂ ସୁରକ୍ଷାକର୍ମୀଙ୍କ ଠାରୁ କିଛି ଖାଦ୍ୟ ପାନୀୟ ନେଉଥିଲା । ସୁରକ୍ଷାକର୍ମୀମାନେ ସର୍ଚ୍ଚଅପରେଶନକୁ ଗଲା ବେଳେ ସେ ମଧ୍ୟ ସେମାନଙ୍କ ଆଗେ ଆଗେ ଯାଏ । ଏଥର ମଧ୍ୟ ସମାନ ସେହି ଘଟଣା ଘଟିଥିଲା । କୁକୁରଟି ଆଗେ ଆଗେ ଯାଇ ପ୍ରେସର ବୋମା ଉପରେ ବସିପଡିଥିଲା । ସେଠାରୁ ଉଠିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଫଳରେ କୁକୁରଟିର ଶରୀର ଛିନ୍‌ଛତର ହୋଇଯାଇଥିଲା ।

ସୀମାରେ ଅନବରତ ଜଗି ରହି ଦେଶକୁ ସୁରକ୍ଷା ଦେଉଥିବା ଯବାନମାନଙ୍କୁ ଆମ ଦେଶର ଲୋକମାନେ ପିଟିପିଟି ହତ୍ୟା କରୁଛନ୍ତି । ହେଲେ କୁକୁରଟି ସେମାନଙ୍କ ମୂଲ୍ୟ ବୁଝିଛି ଯେ, ସେମାନେ ଆମ ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.