fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

AAKASH

ଝାରବନ୍ଧ: ଖୁବଶୀଘ୍ର ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା। ଜିଲ୍ଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦ୍ମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସବୁଠି ନବୀନଙ୍କ ଜୟ ଜୟ ଧ୍ୱନି ଶୁଣିବାକୁ ମିଳୁଛି। ଆଜି ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସାଢେ ୧୧ଟା ସୁଦ୍ଧା ଝାରବନ୍ଧାରେ ପହଁଚିଛନ୍ତି । ସେଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଘୋଷଣା ହେବ ବୋଲି କହିଥିଲେ। ଏହାସହ ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଘୋଷଣା କରି କହିଛନ୍ତି ଯେ, ପଦ୍ମପୁରକୁ ଏକ ବର୍ଷ ମଧ୍ୟରେ ଜିଲ୍ଲାର ମାନ୍ୟତା ଦିଆଯିବ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ଭାଷଣ ସଭାରେ କହିଛନ୍ତି । ଡ଼ିସେମ୍ବରରେ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ସେ ପୂରଣ କରିବା କଥା କହିଛନ୍ତି ।

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ପାଇକମାଳ ପିଏଚସିକୁ ସିଏଚସି କରାଇଛି । ବିକାଶ ପାଇଁ ଆପଣମାନେ ଦେଇଥିବା ପ୍ରସ୍ତାବରେ କାମ ମଧ୍ୟ ହୋଇଛି । ସେହି ହିସାବରେ କାମ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଅଞ୍ଚଳର ବିକାଶ ପାଇଁ ଏହି ସହାୟତା ଆଗେଇ ନେବ ।’ ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ କି?

 

Get real time updates directly on you device, subscribe now.