fbpx
BJD
BJD SKY
BJD SKY

ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ କର: ସ୍ୱର୍ଗଦ୍ୱାରରେ ସରିଲା ଅନ୍ତିମ ସଂସ୍କାର

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱର୍ଗଦ୍ୱାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ତାଙ୍କର ଅନ୍ତିମ ସଂସ୍କାର । ବଡ଼ପୁଅ ମହାଦୀପ କର ମୁଖାଗ୍ନୀ ଦେଇଛନ୍ତି । ଅନ୍ତିମ ସଂସ୍କାରରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ରବିବାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ଦେହାନ୍ତ ହୋଇଥିଲା । ୮୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.