fbpx

ଶ୍ରୀମନ୍ଦିରରେ ପବିତ୍ର ଧନୁସଂକ୍ରାନ୍ତି, ଆଜିଠୁ ମାସେ ଯାଏଁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ (ଭାସ୍କର ନ୍ୟୁଜ୍): ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ତ୍ରେୟାଦାଶୀ ତିଥି। ଶ୍ରୀମନ୍ଦିରରେ ପବିତ୍ର ଧନୁସଂକ୍ରାନ୍ତି। ଏହି ତିଥିରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଅନୁଷ୍ଠିତ ହୁଏ । କୋଠଭୋଗ ରୋଷଘରେ ନୂତନ ଭାବେ ସ୍ୱତନ୍ତ୍ର ଚୁଲି ତିଆରି ହୋଇଛି । ମହାସୁଆରମାନେ ଏହାକୁ ତିଆରିଛନ୍ତି । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ପହିଲି ଭୋଗ ବିରି, ଗହମ ଓ ଗୁଆଘିଅରେ ପିଠାମାନ ତିଆରି ହୋଇଥାଏ । ପଞ୍ଚୋପଚାରରେ ଠାକୁରଙ୍କୁ ପୂଜା କରାଯାଇଛି।

ପବିତ୍ର ଧନୁସଂକ୍ରାନ୍ତି ଅବସରରେ ଠାକୁରଙ୍କ ଧନୁମୁଆଁ ମଧ୍ୟ ଭୋଗ ଲଗାଯିବ । ଜାନୁୟାରୀ ୧୩ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଚାଲିବ । ସାଧାରଣ ଦିନରେ ଠାକୁରଙ୍କ ବେଶ ପରେ ରୋଷହୋମ ହୁଏ । ରୋଷହୋମରୁ ଅଗ୍ନି ଆସିଲେ ଠାକୁରଙ୍କ ଭୋଗ ରନ୍ଧା ପାଇଁ ଚୁଲି ଲାଗେ । ପହିଲି ଭୋଗ ମାସରେ କିନ୍ତୁ ମଙ୍ଗଳାଳତି ପରେ ରୋଷହୋମ ହୁଏ । ସ୍ୱତନ୍ତ୍ର ଚୁଲିରେ ପିଠା ରନ୍ଧା ଯିବ । ରତ୍ନସିଂହାସନରେ ଅବକାଶ ପରେ ମହାପ୍ରଭୁ ଅଳଙ୍କାର ଲାଗି ହେବେ । ବେଶ ସରିବାପରେ ପହିଲି ଭୋଗ ଅର୍ପଣ କରାଯିବ । ଏଥିରେ ବଡ଼ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ସାନ ଅମାଲୁ, ନଳି, କାକେରୀ, ଏଣ୍ଡୁରୀ, ମୁଗେଇ, ଝଡ଼େଇ ନେଦା, ନଡ଼ୁ, ଗଜା, ଖଇରଚୁଳ, ଗଇଁଠା, ମଣ୍ଡା, ଆଦି ଭୋଗ ଲାଗିବ ।

 

Get real time updates directly on you device, subscribe now.