(Video) ହୀରା ଭଳି ଚମକୁଛି ଗାଡି, ପଇସାଓ୍ବାଲା କାରକୁ ନେଇ ଚାରିଆଡେ ଚର୍ଚ୍ଚା

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଟଙ୍କିକିଆ କଏନରେ ଛାଉଣୀ ହୋଇଛି କାର୍ ।

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଆମେ ପ୍ରତିଦିନ କିଛି ନା କିଛି ଦେଖିବାକୁ ପାଇଥାଉ ଯାହାକି ବେଳେବେଳେ ଆଶ୍ଚର୍ଯ୍ୟ କରିଦେଇଥାଏ ।

ଟଙ୍କାର କାର୍-  ରାଜସ୍ଥାନର ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଗୋଟିଏ ଟଙ୍କାର ମୁଦ୍ରାରେ ସଜାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଭିଡିଓକୁ ଏପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ 6 ମିଲିୟନରୁ ଅଧକ ଲୋକ ଦେଖି ସାରିଛନ୍ତି ।

ପଇସା ଓ୍ବାଲା କାର୍- ଏହି ଭିଡିଓଟି କଣ୍ଟେଣ୍ଟ କ୍ରିଏଟର @experiment_king ଇନଷ୍ଟାଗ୍ରାମ ଆକାଉଣ୍ଟରେ ପେଇସା ଓ୍ବାଲା ଗାଡି କ୍ୟାପସନ ସହିତ ପୋଷ୍ଟ କରାଯାଇଛି । ତଥାପି, ଗାଡିର ମାଲିକଙ୍କ ସମ୍ପର୍କରେ କୌଣସି ସୂଚନା ଅନଲାଇନରେ ସେୟାର କରାଯାଇ ନାହିଁ ।

 ହୀରା ଭଳି ଚମକୁଛି କାର୍- ଭିଡିଓରେ ଦେଖାଯାଇଛି ଯେ, ମୁଦ୍ରାରେ ଆଚ୍ଛାଦିତ କାରଟି ସୂର୍ଯ୍ୟ କିରଣରେ କିପରି ଝଲସୁଛି, ଯାହାକୁ ଦେଖି ଦେଖଣାହାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

View this post on Instagram

 

A post shared by Experiment King (@experiment_king)

 

ଏହି ଭିଡିଓ ଉପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, “ଚିଲର କାର।” ଅଧିକାଂଶ ବ୍ୟବହାରକାରୀ ଚେତାବନୀ ଦେଇଥିଲେ: “ପିଲାମାନଙ୍କ ପହଞ୍ଚିବା ଦୂରରେ ରଖନ୍ତୁ।”

ଅନ୍ୟପକ୍ଷରେ, କିଛି ବ୍ୟବହାରକାରୀ ମାଲିକଙ୍କୁ ସେମାନଙ୍କ ଗାଁକୁ ଗାଡ଼ି ଆଣିବାକୁ ଅନୁରୋଧ କରିଥିଲେ । ତଥାପି, କିଛି ବ୍ୟବହାରକାରୀ ଗୋଟିଏ ଟଙ୍କାର କଏନ୍ ସହିତ କାରକୁ ସଜାଇବା ପଛର କାରଣ ବୁଝିପାରିଲେ ନାହିଁ ।