ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ କରାଚୀରେ ଥିବା ଏକ ଏନଜିଓର ଏକ ବ୍ୟାନର ସେଠାକାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବ୍ୟାନରରେ ଲେଖା ଯାଇଛି, ଅଳିଆ ଦିଅ, ସୁନା ନିଅ । ଗୁଲ ବହାଭ ଟ୍ରଷ୍ଟ ନାମକ ଏନଜିଓ ଏହି ନାରା ଦେଉଛି । ବାସ୍ତବତା ହେଉଛି, ଏହି ସଂସ୍ଥା ଅଳିଆ ସଂଗ୍ରହ କରିବା ପରେ ସେଥିରୁ କମ୍ପ୍ୟୁଟରର ଉପକରଣ ଅଳଗା କରି ସେଥିରୁ ସଂଗ୍ରହ କରୁଛି ସୁନା ।
କରାଚୀର ସେରଶାହ ଏବେ ହୋଇଛି ବିଶ୍ୱର ସବୁଠାରୁ ବଡ ପୁରୁଣା ଓ ଅବ୍ୟବୃହ ତଥା ଭଙ୍ଗା କମ୍ପ୍ୟୁଟରର କବାଡିକାନା । ଏମିତି ଏକ ସ୍ଥାନରେ କାମ କରୁଥିବା ସିରାଜ ନାମକ ଯୁବକଙ୍କ କହିବା କଥା, ତାର ଦାଦା (ଚାଚା) ପୁରୁଣା ମଦର ବୋର୍ଡ ସଂଗ୍ରହ କରିଥାନ୍ତି । ପ୍ରଥମେ ସେସବୁକୁ ନିଆଁରେ ଜଳାଇ ସେଥିରେ ଲାଗିଥିବା ଚିପ୍ସ ଓ ପିନ ଆଦିକୁ ପେଚକସରେ ଅଲଗା କରିଥାନ୍ତି । ତା ପରେ ସେଥିରେ ଲାଗିଥିବା ସୁନେଲି ରଙ୍ଗର ପତଳା ତାର ପରି ଜିନିଷ ଅଲଗା କରନ୍ତି ଚାଚା ବୋଲି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସିରାଜ କହିଛି ।
ପ୍ରଥମେ ମଦର ବୋର୍ଡକୁ ଚାଳି ସେଥିରୁ ଚିପ୍ସ, ପିନ ଆଦି ଅଲଗା କରିଥାନ୍ତି ସିରାଜର ଚାଚା । ତା ପରେ ସେଥିରୁ ସୁନେଲି ତାର ଅଲଗା କରନ୍ତି । ଦିନକରେ ସିରାଜର ଚାଚା ୨-୩ କିଲୋ ସୁନା ସଂଗ୍ରହ କରୁଥିବା ସିରାଜ କହିଛି । ତା ପରେ ସସବୁକୁ ମେଲ୍ଟ କରି ସୁନା କଏନ କରାଯାଏ । ଏମିତି ଉପାୟରେ ପାକିସ୍ତାନ ପ୍ରତି ବର୍ଷ ୯୫୦ରୁ ଅଧିକ ଟନ ଇ ଅଳିଆ ଆମଦାନୀ କରିଥାଏ ଓ ନିଜ ଦେଶରୁ ୪୩୩ କିଲୋ ଟନ ବାହାରେ । ଆମଦାନୀ ହେଉଥିବା ଇ ୱେଷ୍ଟରୁ ଅଧିକାଂଶ ଭାରତ, ବାଙ୍ଗଲାଦେଶ, ଆମେରିକା, କାନାଡା ପରି ଦେଶରୁ ହୋଇଥାଏ