fbpx

ଟି-୨୦ ବିଶ୍ୱ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ଟିମରେ ସୋଏବ ମଲିକ ଓ ଆମିରଙ୍କୁ ମିଳିଲାନି ସ୍ଥାନ

AAKASH

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ସୋମବାର ଟି-୨୦ ବିଶ୍ୱ କପ୍ ପାଇଁ ନିଜର ଦଳ ଘୋଷଣା କରିଛି । ଏଥିସହ ଦଳ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରିଛି । ଦଳରେ ସୋଏବ ମଲିକ ଓ ମହମ୍ମଦ ଆମିରଙ୍କୁ ସ୍ଥାନ ମିଳିନି । ୧୫ ଜଣିଆ ଏହି ଦଳରେ ଅତିରିକ୍ତ ୩ ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ୍ କରାଯାଇଛି । ଟି-୨୦ ବିଶ୍ୱ କପରେ ପାକିସ୍ତାନର ପ୍ରଥମ ମୁକାବିଲା ଭାରତ ସହ ରହିଛି । ଏହି ହାଇଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଦୁବାଇରେ ଖେଳାଯିବ ।

ବାବର ଆଜମଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ବିଶ୍ୱ କପ ଦଳରେ ଆସିଫ ଅଲି ଓ ଖୁଦଶିଲ ଶାହାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ଦଳରେ ଫକର ଜମାନ, ଶାହନୱାଜ ଦାନି ଓ ଉସମାନ କାଦିରଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ୍ କରିଛି । ପାକିସ୍ତାନ ଟି-୨୦ ବିଶ୍ୱ କପ୍ ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ।

 

ପାକିସ୍ତାନ ଟି-୨୦ ଦଳ
ବାବର ଆଜମ, ଶାଦାବ ଖାନ, ଆସିଫ ଅଲୀ, ଆଜମ ଖାନ,ହାରିସ ରାଉଫ, ହସନ ଅଲୀ, ଇମାଦ ୱାସିମ, ଖୁସଦିଲ ଶାହା, ମହମ୍ମଦ ହାଫିଜ, ମହମ୍ମଦ ହସନାନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ, ଶାହିନ ଶାହା ଆଫ୍ରିଦି, ସୋଏବ ମକସୁଦ ।

ରିଜର୍ଭ ଖେଳାଳି
ଶାହନୱାଜ ଦାନୀ, ଉସମାନ କାଦିର, ଫକର ଜମାନ ।

 

Get real time updates directly on you device, subscribe now.