fbpx
BSKY SKY
BSKY SKY

ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର):୨୦୨୨-୨୩ରୁ ସୁନ୍ଦରଗଡ଼ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏନେଇ ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଆସନ୍ତାବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ ସିଟ୍, ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ୨୧୭ ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦେବାକୁ ବ୍ୟବସ୍ଥା କରାଯାଉଛି । ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ମେଡିକାଲ କଲେଜ ହେବ । ସେପ୍ଟେମ୍ବର ୨୬ ସୁଦ୍ଧା ମେଡିକାଲ ସିଟ୍ ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି ।

ଏହା ସହ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ୫ ମାସ ବିତିଯାଇଥିଲେ ବି କେନ୍ଦ୍ର ସରକାର ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ସରକାର ମାଗଣାରେ ୨୦୦ ଏକର ଜମି ଦେବେ କହିଥିଲେ । ଡିଏମଏଫ ଫଣ୍ଡରୁ ଟଙ୍କା ଓ ସାହାର୍ଯ୍ୟ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏମ୍ସ ପ୍ରତିଷ୍ଠା ନେଇ ସ୍ପଷ୍ଟୋକ୍ତି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.