fbpx

କ୍ରିକେଟ ଜଗତରେ ଇତିହାସ ରଚିଲେ ପାକିସ୍ତାନର ସଉଦ ଶକିଲ

Advertisement

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କଲେ ପାକିସ୍ତାନ କ୍ରିକେଟର ସଉଦ ଶକିଲ । କଲମ୍ବୋଠାରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ଶକିଲ । କ୍ରିକେଟ ଇତିହାସରେ ଲଗାତାର ପ୍ରଥମ ୭ଟି ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ କ୍ରିକେଟର ହେଉଛନ୍ତି ଶକିଲ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଏହା କରିନାହାନ୍ତି ।

୨୭ ବର୍ଷୀୟ ସଉଦ ଶକିଲ ତାଙ୍କ ଖେଳ ଜୀବନରେ ମୋଟ ୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତେବେ ସମସ୍ତ ସାତୋଟି ମ୍ୟାଚରେ ୫୦ରୁ ଅଧିକ ସ୍କୋର କର ବିଶ୍ୱ ରେକର୍ଡ କରିଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଏଭଳି ରେକର୍ଡ କରିଥିବା ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଶକିଲ ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ଦଳ ମାତ୍ର ୧୬୬ ରନ୍ କରିଥିଲା । ଏହା ପରେ ପାକିସ୍ତାନ ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୩୪୪ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନ ବର୍ତ୍ତମାନ ୧୭୮ ରନ୍ ରେ ଆଗରେ ରହିଛି । ତେବେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷା କରାଣରୁ କେବଳ ୧୦ ଓଭର ମ୍ୟାଚ ଖେଳାଯାଇଥିଲା ।

Get real time updates directly on you device, subscribe now.