fbpx

Whatsapp ରେ ପାକିସ୍ତାନୀ ଛାତ୍ର ଏପରି କ’ଣ ଲେଖିଲେ ଯାହା ପାଇଁ ମିଳିଲା ମୃତ୍ୟୁ ଦଣ୍ଡ, ଜାଣନ୍ତୁ ଡିଟେଲ୍ସ

ଇସଲାମାବାଦ: ପାକିସ୍ତାନୀ କୋର୍ଟ ଜଣେ୨୨ ବର୍ଷୀୟ ଛାତ୍ରଙ୍କୁ ନିନ୍ଦା ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଅନ୍ୟ ଜଣେ ନାବାଳକ ଛାତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଛାତ୍ରମାନେ ମହମ୍ମଦଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ପ୍ରସ୍ତୁତ କରି ହ୍ୱାଟ୍ସଆପରେ ସେୟାର କରିଥିବା ଅଭିଯୋଗ ହୋଇଛି।

ନିକଟରେ ମୃତ୍ୟୁଦଣ୍ଡ ପ୍ରଦାନ କରୁଥିବାବେଳେ ପଞ୍ଜାବର ଏକ କୋର୍ଟ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଛାତ୍ରମାନେ ମହମ୍ମଦଙ୍କ ପତ୍ନୀଙ୍କ ସହ ଜଡିତ ଆପତ୍ତିଜନକ ପୋଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି, ‘ଛାତ୍ରମାନେ ମୁସଲମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟରେ ନିନ୍ଦନୀୟ କଣ୍ଟେଣ୍ଟ ପ୍ରସ୍ତୁତ କରିଥିଲେ।’ କଣ୍ଟେଣ୍ଟ ସେୟାର କରିଥିବା ଛାତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟ କହିଛନ୍ତି ଯେ ଏହି ଅପରାଧ ସମୟରେ ଅଭିଯୁକ୍ତଙ୍କ ବୟସ ୧୭ ବର୍ଷ ଥିଲା, ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇନଥିଲା।

ବିବିସିର ଏକ ରିପୋର୍ଟ ମୁତାବକ ୨୦୨୨ରେ ପାକିସ୍ତାନର ସଂଘୀୟ ଯାଞ୍ଚ ଏଜେନ୍ସିଙ୍କ ସାଇବର ଅପରାଧ ସାଖା ଏନେଇ ଅଭିଯୋଗ ଦାଖଲ କରାଯାଇଥିଲା, ଯାହାପରେ କୋର୍ଟ ନିଷ୍ପତ୍ତି ଶୁଣାଣି କରିଛନ୍ତି । ଏଫଆଇଏ ଅଭିଯୋଗ ଲଗାଇଛନ୍ତି ଯେ, ଯାଞ୍ଚ ମସୟରେ ତିନୋଟି ଭିନ୍ନ ଭିନ୍ନ ମୋବାଇଲରେ ନିନ୍ଦନୀୟ କଣ୍ଟେଣ୍ଟ ମିଳିଛି । ଅନ୍ୟ ପକ୍ଷରେ ଦୁଇ ଛାତ୍ରଙ୍କ ଓକିଲ କହିଛନ୍ତି ଯେ, ଏହି ଛାତ୍ରଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ।

ମୃତ୍ୟୁ ଦଣ୍ଡ ପାଇବାକୁ ଥିବା ଛାତ୍ରଙ୍କ ବାପା କହିଛନ୍ତି ଯେ, ସେ ଏହି ମାମଲାକୁ ନେଇ ଲାହୋର ହାଇକୋର୍ଟ ଯାଇ ଆବେଦନ କରିବେ । ମିଡିଆ ରିପୋର୍ଟ ମୁତାବକ ପାକିସ୍ତାନରେ ଶରୀରରୁ ମୁଣ୍ଡ ଅଲଗା କରିବା ସ୍ଲୋଗାନ ଦେବା ସାଧାରଣ କଥା ଅଟେ । ଏହି ନିନ୍ଦାକୁ ଅନେକ ମାମଲାରେ କୋର୍ଟ ଦଣ୍ଡ ଶୁଣାଣି କରିବା ପୂର୍ବରୁ ଅଭିଯୁକ୍ତଙ୍କୁ ପିଟି-ପିଟି ମାରି ଦିଅନ୍ତି ।

Get real time updates directly on you device, subscribe now.