fbpx

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ: ଆକାଶଛୁଆଁ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପୂର୍ବରୁ ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ ଆସିଥିବା ବନ୍ୟା ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଯାହାଫଳରେ ସେଠାରେ ବିଭିନ୍ନ ସାମଗ୍ରୀର ଦର ଆକାଶ ଛୁଆଁ ହେଉଛି । ଖାସ୍ କରି ପାକିସ୍ତାନରେ ଖାଦ୍ୟ ସମସ୍ୟା ଦେଖା ଦେଇଛି । କାରଣ ଏଠାରେ ଅଟା ଦର ବୃଦ୍ଧି ପାଇବାର ଲାଗିଛି । ଏପରିକି କିଛି ଅଞ୍ଚଳରେ ଗୋଟିଏ ରୁଟିର ଦାମ୍ ୫୦ ଟଙ୍କା ଛୁଇଁଛି ।

ତେବେ ଏହି ବନ୍ୟା କାରଣରୁ ପାକିସ୍ତାନର ଲକ୍ଷ ଲକ୍ଷ ଲୋକ କଠିନ ପରିସ୍ଥିତିର ସାମ୍ନା କରୁଥିବା ବେଳେ କିଛି ଲାଭଖୋର ବ୍ୟବସାୟୀ ଏହି ଭୟଙ୍କର ପରିସ୍ଥିତିର ଫାଇଦା ଉଠାଇ କଳାବଜାରୀ କରୁଥିବା ଦେଖାଦେଇଛି । ଯାହାଫଳରେ ସେଠାରେ ବ୍ୟବସାୟୀମାନେ ଗୋଟିଏ ରୁଟିକୁ ଦୁଇଗୁଣା ଦାମ୍ ରେ ବିକ୍ରି କରୁଛନ୍ତି । ପାକିସ୍ତାନରେ ଗୋଟିଏ ରୁଟିର ଦାମ୍ ସାଧାରଣତ ୨୫ ଟଙ୍କା ଥିବାବେଳେ ବ୍ୟବସାୟୀମାନେ ଏହାକୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେଇ ସୋଠାକାର ଲୋକଙ୍କ ମଧ୍ୟରେ  ଅଶୋନ୍ତଷ ଦେଖା ଦେଇଛି । ଏପରିକି ସୋଠାକାର କିଛି ଲୋକେ ଏହି କଳାବଜାରୀ ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିବା ସହ ଏହି କଳାବଜାରୀରେ ସେ ସାମିଲ ଥିବା ଅଭିଯୋଗ କରିଛନ୍ତି ।

ଅପର ପକ୍ଷେ ଏହି ବନ୍ୟା ପରିସ୍ଥିତି ପାଇଁ ପାଣ୍ଠି ସଂଗ୍ରହରେ ସ୍ୱଚ୍ଛତା ଆଣିବା ପାଇଁ ପାକିସ୍ତାନ ସରକାର ଜାତୀୟ ବନ୍ୟା ପରିସ୍ଥିତି ଏବଂ ସମନ୍ୱୟ କେନ୍ଦ୍ର (NFRCC) ଆରମ୍ଭ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ, ବନ୍ୟା ଯୋଗୁଁ ସମୁଦାୟ ୩ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ବିପର୍ୟ୍ୟୟରେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ ଘର ନଷ୍ଟ ହୋଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ଆଶ୍ରୟ ସ୍ଥଳୀରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ବନ୍ୟାରେ ଏପର୍ୟ୍ୟନ୍ତ ୧୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.