fbpx
BSKY SKY
BSKY SKY

‘ପାକିସ୍ତାନ ଦୁନିଆର ସବୁଠୁ ଭୟଙ୍କର ଦେଶ ମଧ୍ୟରୁ ଗୋଟିଏ’: ଆମେରିକା ରାଷ୍ଟ୍ରପତି ବାଇଡେନ ଦେଲେ ବଡ଼ ବୟାନ…

BSKY

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମତେ ଲାଗୁଛି ଯେ ବୋଧ ହୁଏ ଦୁନିଆର ସବୁଠୁ ଭୟଙ୍କର ଦେଶ ମଧ୍ୟରୁ ଗୋଟିଏ ହେଉଛି ପାକିସ୍ତାନ । କାରଣ ଏହି ଦେଶ ପାଖରେ ବିନା କୌଣସି ବୁଝମଣାରେ ପରମାଣୁ ହତିଆର ରହିଛି । ହ୍ୱାଇଟ ହାଉସ ବାଇଡେନଙ୍କ ଏହି ବୟାନ ଜାରି କରିଛି । ବାଇଡେନ ଏହି କଥା ଡେମୋକ୍ରାଟିକ କଂଗ୍ରେସର ଅଭିଯାନ ସମିତିର ସ୍ୱାଗତ ସମାରୋହରେ କହିଥିଲେ ।

ହ୍ୱାଇଟ ହାଉସ ଆମେରିକା ରାଷ୍ଟ୍ରପତି ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଟିପ୍ପଣୀ କରିଥିଲେ । ସେ କହିଛନ୍ତି ଯେ ଏହି ସଂଘର୍ଷ ଯୋଗୁଁ ଦୁନିଆ ବହୁତ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ସେ ଅନ୍ୟ ଦେଶ ସହ ୱାଶିଂଟନ ସମ୍ବନ୍ଧ ବିଷୟରେ ମଧ୍ୟ କଥା ହୋଇଥିଲେ । ସେପଟେ “ଦ ଡନ’ର ଏକ ରିପୋର୍ଟ ଅନୂଯାୟୀ ପାକିସ୍ତାନ ଶକ୍ତି ମନ୍ତ୍ରୀ ଖୁର୍ରମ ଦସ୍ତଗୀର ବାଇଡେନଙ୍କ ବୟାନକୁ ନିରାଧାର ବୋଲି କହିଛନ୍ତି । ସେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଏଜେନ୍ସୀ ଅନେକ ଥର ପାକିସ୍ତାନର ପରମାଣୁ ନିବାରକକୁ ସତ୍ୟାପିତ କରଛନ୍ତି ।

ନିକଟରେ ଗତ ମାସ ୮ ସେପ୍ଟେମ୍ବରରେ ବାଇଡେନ ପ୍ରଶାସନ ଟ୍ରମ୍ପ ପ୍ରଶାସନଙ୍କ ନିଷ୍ପତ୍ତି ବଦଳାଇ କହିଥିଲେ ଯେ ପାକିସ୍ତାନକୁ ଏଫ୍-୧୬ ଫାଇଟର ଜେଟ୍ ପାଇଁ ୪୫ କୋଟି ଡଲାରର ଉପକରଣ କିଣିବାକୁ ମଞ୍ଜୁରୀ ଦିଆଯାଇଥିଲା । ଏହି ନିଷ୍ପତ୍ତିକୁ ଭାରତ ପାଇଁ ଝଟକା ବୋଲି କୁହାଯାଇଥିଲା । ଟ୍ରମ୍ପ ପ୍ରଶାସନ ପାକିସ୍ତାନ ସୈନ୍ୟ ସହାୟତା ଦ୍ୱାରା ଆଫଗାନିସ୍ତାନର ତାଲିବାନ ଅତିବାସୀଙ୍କୁ ହକ୍କାନୀ ନେଟୱର୍କକୁ ସଂରକ୍ଷଣ ଏବଂ ସହାୟତା ଦେବାର କାରଣ ରୋକିଦେଇଥିଲେ । ପାକିସ୍ତାନକୁ ସୈନ୍ୟ ସହାୟତା ଦେବା ଉପରେ ଭାରତ କଡ଼ା ପ୍ରତିକ୍ରିୟା ରଖିଥିଲା ।

Get real time updates directly on you device, subscribe now.