fbpx
BJD SKY
BJD SKY

ଭିନ୍ନ ଭିନ୍ନ ରଙ୍ଗର ପାସପୋର୍ଟର ଅର୍ଥ କଣ ? କାହାକୁ କେଉଁ ରଙ୍ଗ ମିଳିଥାଏ, ଜାଣନ୍ତୁ ଜରୁରୀ କଥା

BJD

ନୂଆଦିଲ୍ଲୀ: ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏକ ଜରୁରୀ କାଗଜପତ୍ର। ଦେଶ ବାହାରେ ଏହା ଆପଣଙ୍କ ଭାରତୀୟ ହେବାର ପରିଚୟ ଦେଇଥାଏ। ସଂପ୍ରତି ଦୈନନ୍ଦୀନ ଜୀବନରେ ପାସପୋର୍ଟର ପ୍ରଚଳନ ବଢିବାରେ ଲାଗିଛି। ଲୋକେ ଛୁଟି ମନାଇବାଠୁ ନେଇ ବିଦେଶରେ ଚାକିରି କରିବା ଆଦି ପାଇଁ ପାସପୋର୍ଟ ଅପରିହାର‌୍ୟ୍ୟ। ଭିନ୍ନ ଭିନ୍ନ ଦେଶର ଭିନ୍ନ ଭିନ୍ନ ପାସପୋର୍ଟ ରହିଥାଏ। ଆମ ଭାରତରେ ମଧ୍ୟ ଅନେକ ପ୍ରକାରର ପାସପୋର୍ଟ ରହିଛି। ପାସପୋର୍ଟ ଗୁଡିକର ରଙ୍ଗ ମଧ୍ୟ ଭିନ୍ନ ରହିଛି। କାହିଁକି ନାଗରିକଙ୍କୁ ଭିନ୍ନ ଭିନ୍ନ ରଙ୍ଗର ପାସପୋର୍ଟ ଦିଆଯାଏ ? ଏହା ପଛର କାରଣ କଣ ?

ସାଧାରଣତଃ ସାଧାରଣ ନାଗରିକଙ୍କ ପାଇଁ ନୀଳ ରଙ୍ଗର ପାସପୋର୍ଟ ଜାରି କରାଯାଏ। ମାତ୍ର କଣ ଆପଣ ଜାଣିଛନ୍ତି ନୀଳ ରଙ୍ଗ ବ୍ୟତୀତ ଗାଢ ନାଲି, ଧଳା ଏବଂ କମଳା ରଙ୍ଗର ପାସପୋର୍ଟ ରହିଥାଏ। ଅଲଗା ଅଲଗା ରଙ୍ଗ ପାସପୋର୍ଟର ଅର୍ଥ କଣ ଏବଂ କେଉଁ ଲୋକଙ୍କୁ କେଉଁ ରଙ୍ଗର ପାସପୋର୍ଟ ଦିଆଯାଏ ? ଚାଲନ୍ତୁ ଜାଣିବା।
୧ – ନୀଳ ରଙ୍ଗର ପାସପୋର୍ଟ
ଏହା ଭାରତର ସାଧାରଣ ନାଗରିକଙ୍କ ପାଇଁ ଜାରି କରାଯାଏ। ଏହା ବିଦେଶରେ ଆପଣ ଭାରତୀୟ ହେବାର ପ୍ରକୃତ ପରିଚୟ ପତ୍ର। ଏହାର ରଙ୍ଗକୁ ନୀଳ ରଖାଯାଇଛି, ଯଦ୍ଵାରା ଆମେ ଭାରତୀୟ ବୋଲି ଚିହ୍ନଟ ହୋଇ ପାରିବା। ଏଥିରେ ବ୍ୟକ୍ତିଙ୍କ ଫଟୋ, ଜନ୍ମ ତାରିଖ, ଜନ୍ମସ୍ଥାନ, ଠିକଣା ଏବଂ ହସ୍ତାକ୍ଷର ରହିଥାଏ।

୨ – କମଳା ରଙ୍ଗର ପାସପୋର୍ଟ
ଭାରତ ସରକାର କମଳା ରଙ୍ଗର ପାସପୋର୍ଟ ବି ନିର୍ଦ୍ଧାରଣ କରିଛନ୍ତି। ଏହା ସେହି ବ୍ୟକ୍ତିମାନେ ଇସ୍ୟୁ କରିଥାନ୍ତି ଯେଉଁମାନେ କେବଳ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ପଢିଥାନ୍ତି। ଅଧିକାଂଶ ବିଦେଶରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ପାସପୋର୍ଟ ଜରିଆରେ କୌଣସି ପ୍ରକାରର ଗାଇଡଲାଇନ୍ ପାଇଁ ସହାୟତା ନେଇ ପାରିବେ। ଏହି ପାସପୋର୍ଟରେ ବ୍ୟକ୍ତିଙ୍କ ସମସ୍ତ ସୂଚନା ରହିଥାଏ।

୩ –ଧଳା ରଙ୍ଗର ପାସପୋର୍ଟ
ଧଳା ରଙ୍ଗର ପାସପୋର୍ଟର ଅର୍ଥ ବ୍ୟକ୍ତି ଜଣକ ସରକାରୀ ପଦାଧିକାରୀ। ଏହି ପାସପୋର୍ଟ ସରକାରୀ ଅଧିକାରୀଙ୍କ ପାଇଁ ଜାରି କରାଯାଏ। ବିଦେଶରେ ଏହା ତାଙ୍କର ପରିଚୟକୁ ଦର୍ଶାଇଥାଏ। ଏଥିରେ ସେହି ଲୋକେ ଥାଆନ୍ତି ଯେଉଁମାନେ ସରକାରୀ କାମରେ ବିଦେଶ ଯାତ୍ରା କରିଥାନ୍ତି। ଯାତ୍ରୀଙ୍କ ତଲାସି ସମୟରେ ସେମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ଦିଆଯାଏ।

୪ – ଗାଢ ନାଲି ରଙ୍ଗର ପାସପୋର୍ଟ
ଗାଢ ନାଲି ରଙ୍ଗର ପାସପୋର୍ଟ ଭାରତୀୟ ଦୂତାବାସ ସହ ସମ୍ବନ୍ଧିତ ଅଧିକାରୀଙ୍କ ପାଇଁ ଜାରି କରାଯାଏ। ବିଶେଷ କରି ସେହି ମାନଙ୍କୁ ଏହି ପାସପୋର୍ଟ ପ୍ରଦାନ କରାଯାଏ, ଯେଉଁମାନେ ବିଦେଶରେ ଭାରତ ସରକାରଙ୍କ ପ୍ରତିନିଧିତ୍ଵ କରନ୍ତି। ଖାସ୍ କଥା ଏମିତି ପାସପୋର୍ଟଧାରୀଙ୍କ ଉପରେ ବିଦେଶରେ ମୋକଦ୍ଦମା ରୁଜୁ କରିବା ସହଜ ହୋଇନଥାଏ। ଏଥିପାଇଁ ବଡ ପ୍ରକ୍ରିୟା ଦେଇ ଯିବାକୁ ପଡିଥାଏ। ସାଧାରଣ ଲୋକଙ୍କ ତୁଳନାରେ ଏମିତି ପାସପୋର୍ଟଧାରୀଙ୍କୁ କୌଣସି ପ୍ରକାରର ଭିସାର ଆବଶ୍ୟକତା ପଡିନଥାଏ। ଏଥିରେ ଅନେକ ସୁବିଧା ବି ମିଳିଥାଏ।

Get real time updates directly on you device, subscribe now.