fbpx
BSKY SKY
BSKY SKY

ଆପଣଙ୍କୁ ଆସୁଛି କି Panic Attack ? ଜାଣନ୍ତୁ ଏହାକୁ ରୋକିବାର କିଛି ସହଜ ଉପାୟ

BSKY

ମସ୍ତଙ୍କ ଜୀବନରେ କିଛି ନା କିଛି ଚିନ୍ତା , ଚାପ, ଦୁଃଖ ଆଦି ରହିଥାଏ । ଯାହାକି ଅନେକ ସମୟରେ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପାକିଥାଏ, ଫଳରେ ଆମେ କିଛି କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଲୋକ ଅତ୍ୟଧିକ ଚାପ ଏବଂ ଚିନ୍ତା କାରଣରୁ ଭୟଭିତ ହୋଇଯାଆନ୍ତି । ଯେଉଁ କାରଣରୁ ସେମାନଙ୍କୁ ଏକ ପ୍ରକାର ଆଟାକ୍ ଆସିଥାଏ , ଯାହାକୁ ପ୍ୟାନିକ୍ ଆଟାକ୍ ବୋଲି କୁହାଯାଏ । ବିଶେଷ କରି କୌଣସି କଥାକୁ ଅଧିକ ଭାବିଲେ, ଡରିଲେ କିମ୍ବା ଚିନ୍ତା କରିଲେ ଏହି ଆଟାକ୍ ହୋଇଥାଏ । ଫଳରେ ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧା, ଦ୍ରୁତ ହୃଦସ୍ପନ୍ଦନ ଏବଂ ନିଜକୁ ନିୟନ୍ତ୍ରଣ ନକରି ପାରିବା ଭଳି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ବେଳେବେଳେ ଏହି ଆଟାକ୍ ସାଙ୍ଘାତିକ ମଧ୍ୟ ହୋଇଥାଏ । ତେବେ ଏହି ପ୍ୟାନିକ ଆଟାକ୍ କୁ ନିୟନ୍ତ୍ରଣ କରିବାର କିଛି ଉପାୟ ରହିଛି ଯାହାଦ୍ୱାରା ଏହାକୁ ରୋକାଯାଇ ପାରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ଆଟାକକୁ ରୋକିବାର କିଛି ସହଜ ଉପାୟ ।
Panic Attack କୁ ରୋକିବାର ସହଜ ଉପାୟ:

ଗଭୀର ନିଶ୍ୱାସ:ହାଇପରଭେଣ୍ଟିଲିଟିଙ୍ଗ୍ ହେଉଛି ପ୍ୟାନିକ ଆଟାକର କାରଣ, ଯାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବାର କାମ କରିଥାଏ । ତେବେ ଆପଣଙ୍କୁ ଯଦି କୌଣସି ସମୟରେ ଏପରି ଅନୁଭବ ହୁଏ , ତେବେ ଆପଣ ସେହି ସମୟରେ ଏକ ଖୋଲା ସ୍ଥାନକୁ ଯାଇ ଲମ୍ବା ନିଶ୍ୱାସ ନିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ସୁସ୍ଥ ଅନୁଭବ ହୋଇଥାଏ ଏବଂ ଆପଣ ଆଟାକକୁ ନିୟନ୍ତ୍ରଣ କରିପାରିବେ ।

ଯୋଗ କିମ୍ବା ଧ୍ୟାନ କରନ୍ତୁ: ଯଦି ଆପଣ ପ୍ୟାନିକ ଆଟାକରେ ପୀଡିତ ଅଛନ୍ତି, ତେବେ ଆପଣ ପ୍ରଥମେ ନିଜ ମନକୁ ଶାନ୍ତ କରନ୍ତୁ । ଏଥିପାଇଁ ଆପଣ ସକାଳେ ଏବଂ ସନ୍ଧ୍ୟାରେ ଯୋଗ କରନ୍ତୁ । ଏପରି କରିବା ଦ୍ୱାରା ମନ ଶାନ୍ତ ରହିବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଏତତ୍ ବ୍ୟତୀତ ମନରେ କୌଣସି ପ୍ରକାର ଖରାପ ଭାବନା ଆସି ନଥାଏ ।

ମାଂସପେଶୀକୁ ଆରାମ ଦିଅନ୍ତୁ: ପ୍ୟାନିକ ଆଟାକରୁ ମୁକ୍ତି ପାଇବା ପାଇଁ ଆପଣ ମାଂସପେଶୀକୁ ଆରାମ ଦିଅନ୍ତୁ । ଏହା କରିବା ଦ୍ୱାରା, ଆପଣ ଚାପ ଏବଂ ଚିନ୍ତାର ଲକ୍ଷଣକୁ ଦୂର କରିବାରେ ସକ୍ଷମ ହୋଇପାରିବେ । ତେବେ ଆପଣ ଏହା ଯୋଗ ଶିକ୍ଷକ କିମ୍ବା ବିଶେଷଜ୍ଞଙ୍କ ସାହାଯ୍ୟରେ ଶିଖିପାରିବେ ।

ଖୁସି ଭାବନା : ଆପଣ ପ୍ୟାନକ ।ଟାକ ଠାରୁ ଗୂରେଇ ରହିବାକୁ ଚାହୁଁଥୁଲେ ସର୍ବଦା ନିଜକୁ ଖୁସି ରଖନ୍ତୁ । ଏପରି କରିବା ଦ୍ୱାରା ମନରେ କୈଣସି ପ୍ରକାର ଦୁଃଖ କିମ୍ବା ଭୟ ରହିନଥାଏ । ଯାହାଫଳରେ ଆପଣଙ୍କୁ ଏହି ଆଟାକ୍ ହେବାର ଆଶଙ୍କା ବହୁମାତ୍ରାରେ କମ୍ ଥାଏ ।

Get real time updates directly on you device, subscribe now.