fbpx
BSKY SKY
BSKY SKY

ସତୀଘାଟ ନଦୀରେ ବୁଡ଼ିଯିବାରୁ ୨ ନାବାଳିକା ମୃତ

BSKY

ନବରଙ୍ଗପୁର: ନଦୀରେ ବୁଡ଼ିଯିବାରୁ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସତୀଘାଟ ନଦୀରେ ଘଟିଥିବା ସୂଚନା ମିଳିଛି । ନଦୀରେ ବୁଡ଼ିଯିବାର ପ୍ରାଣ ହରାଇଛନ୍ତି ୨ ନାବାଳିକା । ଘଟଣାକୁ ନେଇ ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡ଼ାରେ ହଇଚଇ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ପୋଖରୀରେ ବୁଡ଼ିଯିବାରୁ ୧୫ ବର୍ଷୀୟ ୨ ନାବାଳିକା ଆଖିବୁଜିଛନ୍ତି । ଗାଧୋଇଲା ବେଳେ ଉଭୟ ପାଣିରେ ବୁଡ଼ି ଯାଇଥିଲେ । ସ୍କୁଲରୁ ଆସି ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡ଼ିଯାଇଥିଲେ । ଦୃଶ୍ୟ ଦେଖି ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା । ପାଣିରେ ବୁଡ଼ିଯିବାରୁ ଦୁହେଁ ସବୁଦିନ ପାଇଁ ଆଖିବୁଜିଦେଇଥିଲେ ।

Get real time updates directly on you device, subscribe now.