fbpx
BJD SKY
BJD SKY

ଶ୍ରେଣୀ ଗୃହରେ ପୋଷାକ ଖୋଲି ତଲାସି ନେଲେ ଶିକ୍ଷୟତ୍ରୀ, ଲଜ୍ଜାରେ ନିଜକୁ ନିଆଁ ଲଗାଇ ଦେଲେ ଛାତ୍ରୀ

BJD

ଜମସେଦପୁର: କପି କରିବା ସନ୍ଦେହରେ ଛାତ୍ରୀଙ୍କ ପୋଷାକ ଖୋଲି ତଲାସି ନେଲେ ଶିକ୍ଷୟତ୍ରୀ। ଲୋକ ଲଜ୍ଜାରେ ମର୍ମାହତ ହୋଇ ଘରେ ନିଜ ଦେହରେ କିରୋସିନି ଢାଳିଲେ ଛାତ୍ରୀ। ଏମିତି ସ୍ପର୍ଶକାତର ଘଟଣା ଘଟିଛି ଝାଡଖଣ୍ଡର ଜମସେଦପୁରରେ।
ଜାମସେଦପୁର ସ୍କୁଲରେ ଶିକ୍ଷୟତ୍ରୀ କପି କରୁଥିବା ସନ୍ଦେହରେ ଜଣେ ଛାତ୍ରୀଙ୍କୁ ପୁରା ଶ୍ରେଣୀ ଗୃହରେ ସଭିଙ୍କ ସାମ୍ନାରେ ପୋଷାକ ଖୋଲି ତଲାସି ନେଇଛନ୍ତି। ଏଥିରେ ମର୍ମାହତ ଛାତ୍ରୀଜଣକ ଘରେ ପହଞ୍ଚି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଛାତ୍ରୀଜଣଙ୍କ ଶରୀର ୮୦ ପ୍ରତିଶତ ଜେଳି ସାରିଥିଲା। ଘଟଣାରେ ଉତକ୍ଷୀପ୍ତ ପରିଜନ ଏବଂ ସ୍ଥାନୀୟ ଲୋକେ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଜାମସେଦପୁରର ସାକଚି ସ୍ଥିତ ଶାରଦାମଣୀ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ କପି କରୁଥିବା ସନ୍ଦେହରେ ଶିକ୍ଷୟତ୍ରୀ ପୋଷାକ ଖୋଲି ତଲାସି ନେଇଥିଲେ। ଆଉ ଛାତ୍ରୀଙ୍କ ନିକଟରୁ କୌଣସି କପି ମିଳିନଥିଲା। କିନ୍ତୁ ଘଟଣାରେ ଛାତ୍ରୀଜଣକ ବହୁତ ମର୍ମାହତ ହୋଇଥିଲେ। ଘରକୁ ଆସିବା ମାତ୍ରେ କିରୋସିନି ଢାଳି ଶରୀରରେ ନିଆଁ ଲଗାଇ ଦେଇଥିଲେ। ଟିଏମଏଚରେ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଥିଲା। ଶନିବାର ପୁର୍ବାହ୍ନ ୧୧ଟା ୩୦ରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପ୍ରତିବାଦରେ ଶତାଧିକ ଲୋକ ସ୍କୁଲଠୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ପର୍ଯ୍ୟନ୍ତ ହଙ୍ଗାମା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାର ମାହୋଲ ରହିଛି। ହସ୍ପିଟାଲଠୁ ନେଇ ଡିଇଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଶିକ୍ଷୟତ୍ରୀଙ୍କୁ ବରଖାସ୍ତ ଆଦେଶ ଦିଆଯାଇଛି।

ଏହି ଘଟଣା ଯୋଗୁଁ ଶନିବାର ସ୍କୁଲ ବନ୍ଦ ରହିଛି। ସ୍ଥାନୀୟ ସ୍କୁଲର ମୁଖ୍ୟ ଦ୍ଵାରରେ ବସି ରହିଛନ୍ତି। ପୀଡିତ ପରିବାରକୁ କ୍ଷତିପୂରଣ ଦେବା ସହିତ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ସଡକକୁ ଓହ୍ଲାଇବା ସହ ଖୁବ୍ ବିରୋଧ ପ୍ରଦର୍ଶନ କରିଛନ୍ତି।

Get real time updates directly on you device, subscribe now.